ନୂଆଦିଲ୍ଲୀ: ଛତିଶଗଡ଼ରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏନେଇ ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ । ନକ୍ସଲବାଦ ବିରୋଧରେ ଏହା ବଡ଼ ସଫଳତା ବୋଲି କହିଲେ ଶାହ । ଏହାକୁ ମିଶାଇ ୨ ଦିନରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ କଲେଣି । ଗତକାଲି ମହାରାଷ୍ଟ୍ରରେ ୬୧ ନକ୍ସଲ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସିଥିଲେ । ସେହିପରି କାଲି ଛତିଶଗଡ଼ରେ ମଧ୍ୟ ୨୭ ନକ୍ସଲ ଅସ୍ତ୍ର ତ୍ୟାଗ କରିଥିଲେ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଶାହ ।
ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଛତିଶଗଡ଼ର ଉତ୍ତର ବସ୍ତରର ଆବୁଝମାଦର ପାର୍ବତ୍ୟ ଜଙ୍ଗଲ ଅଞ୍ଚଳକୁ ନକ୍ସଲମୁକ୍ତ ଘୋଷଣା କରିଛନ୍ତି। ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରି ମୁଖ୍ୟଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ଶାହ ସେମାନଙ୍କୁ ସ୍ୱାଗତ କରି କହିଛନ୍ତି ଯେ, ହିଂସା ପରିତ୍ୟାଗ ଏବଂ ଭାରତୀୟ ସମ୍ବିଧାନ ପ୍ରତି ସେମାନଙ୍କର ବିଶ୍ୱାସ ଏକ ସାହସିକ ଏବଂ ପ୍ରଶଂସନୀୟ ପଦକ୍ଷେପ।
ଦଣ୍ଡକାରଣ୍ୟ ଜଙ୍ଗଲରେ ସକ୍ରିୟ ଥିବା ଏହି ମାଓବାଦୀଙ୍କ ସଂଗଠନର ଟପ୍ ନେତା ଭୂପତି ଓରଫ ସୋନୁ ଆତ୍ମସମର୍ପଣ କରିବା ପରେ ଅନ୍ୟ ସଦସ୍ୟମାନେ ଅସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ମାଡ ଡିଭିଜନର ୧୨୦ ଏବଂ କୋୟଲିବେଡା ଡିଭିଜନର ୫୦ ସଦସ୍ୟ ସଂଗଠନ ଛାଡ଼ିଛନ୍ତି।
