ଫେବୃଆରୀରେ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ଵର: ଆସନ୍ତା ଫେବ୍ରୁଆରୀ ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ । ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ…

ଭୁବନେଶ୍ଵର: ଆସନ୍ତା ଫେବ୍ରୁଆରୀ ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ । ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ ୧୫ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ପାଇବେ । 

ଡିସେମ୍ବର ୧୫ ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ଡିସେମ୍ବର ୨୨ରୁ ୩୧ ଯାଏ ଇଣ୍ଟରନାଲ ପରୀକ୍ଷା ଚାଲିବ। ଜାନୁଆରୀ ୨ରୁ ୧୫ ଯାଏ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ମୋଟ୍ ୧୩୪୯ ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Leave a Reply

Your email address will not be published. Required fields are marked *