ମାଲକାନଗିରି: ଲାଲ ବାହିନୀକୁ ଶକ୍ତ ଝଟକା । ମାଟିରେ ମିଶୁଛି ଲାଲ ବାହିନୀର ଦମ୍ଭ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ନିୟମିତ ଭାବେ ମାଓ ବିରୋଧୀ ଅପରେସନ ଚାଲିଛି । ଏହିକ୍ରମରେ ଲାଲ୍ ସଂଗଠନକୁ ଲାଗିଛି ଜୋରଦାର ଝଟ୍କା । ୩୦ ଜଣ ମାଓବାଦୀ ବିଜାପୁର ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ୩୦ ଜଣଙ୍କ ମଧ୍ୟରେ ୯ ମହିଳା ଓ ୨୦ କ୍ୟାଡର ମାଓବାଦୀ ଥିବା ନେଇ ସୂଚନା ମିଳିଛି । ଏମାନଙ୍କ ମୁଣ୍ଡ ଉପରେ ଥିଲା ୭୯ ଲକ୍ଷ ଟଙ୍କାର ପୁରସ୍କାର ରାଶି । ତେବେ ବିଜାପୁରରେ ଚଳିତ ବର୍ଷ ଆତ୍ମସମର୍ପଣ କଲେଣି ୩୦୭ ମାଓବାଦୀ । ଏମାନଙ୍କ ମଧ୍ୟରେ କିଛି DVCM, ACM ଓ PLGA ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପଦକ୍ଷେପ ନେଇଛନ୍ତି ଏମାନେ । ଏହାପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି କହିଛନ୍ତି ବିଜାପୁର ଏସପି ।
ମାଟିରେ ମିଶୁଛି ଲାଲ ବାହିନୀ, ବର୍ଷେରେ ଆତ୍ମସମର୍ପଣ କଲେଣି ୩୦୭ ମାଓବାଦୀ
ମାଲକାନଗିରି: ଲାଲ ବାହିନୀକୁ ଶକ୍ତ ଝଟକା । ମାଟିରେ ମିଶୁଛି ଲାଲ ବାହିନୀର ଦମ୍ଭ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ନିୟମିତ ଭାବେ ମାଓ ବିରୋଧୀ ଅପରେସନ ଚାଲିଛି । ଏହିକ୍ରମରେ ଲାଲ୍ ସଂଗଠନକୁ ଲାଗିଛି ଜୋରଦାର ଝଟ୍କା । ୩୦ ଜଣ ମାଓବାଦୀ ବିଜାପୁର ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ୩୦…
