ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା । ଅଦ୍ୟାବିଧି ୫୦ ଜଣଙ୍କୁ ଜେରା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି । ସନ୍ଦେହରେ ୫ରୁ ୬ ଜଣଙ୍କୁ ପଚରାଉଚରା କରୁଛୁ । ଏଥିସହ ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍ ୫୦ ଜଣଙ୍କୁ ଜେରା କରାଯାଉଛି ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ସେ ଆହୁରି କହିଛନ୍ତି, ଗୁଳିକୁ ବାଲିଷ୍ଟିକ ଏକ୍ସପର୍ଟଙ୍କ ନିକଟକୁ…

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା । ଅଦ୍ୟାବିଧି ୫୦ ଜଣଙ୍କୁ ଜେରା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି । ସନ୍ଦେହରେ ୫ରୁ ୬ ଜଣଙ୍କୁ ପଚରାଉଚରା କରୁଛୁ । ଏଥିସହ ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍ ୫୦ ଜଣଙ୍କୁ ଜେରା କରାଯାଉଛି ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।

ସେ ଆହୁରି କହିଛନ୍ତି, ଗୁଳିକୁ ବାଲିଷ୍ଟିକ ଏକ୍ସପର୍ଟଙ୍କ ନିକଟକୁ ପଠାଯାଇଛି । ପୋଷ୍ଟମର୍ଟମ୍ ରିପୋର୍ଟ ଖୁବଶୀଘ୍ର ଆସିବ, ଅଧିକ ତଥ୍ୟ ଜଣାପଡ଼ିବ । ସିସିଟିଭି ଦ୍ୱାରା ବହୁତ ସୁରାକ୍ ଆମକୁ ମିଳିଛି । ଘଟଣା ଦିନ ପୀତବାସଙ୍କ ଗତିବିଧିରୁ ସିସିଟିଭିରୁ ଜାଣିପାରିଛୁ । ଅଫିସରୁ କେଉଁ ସମୟରେ ବାହାରିଲେ, କେଉଁ ରାସ୍ତାରେ ଗଲେ ଜାଣିପାରିଛୁ । ସେହି ସମୟରେ ରାସ୍ତାରେ ଥିବା କିଛି ଲୋକଙ୍କୁ ଆମେ ସନ୍ଦେହ କରିଛୁ । କାହିଁକି ସେମାନେ ସେଠି ଥିଲେ, କ’ଣ କରୁଥିଲେ ପଚରାଉଚରା କରୁଛୁ । ଦାମୀ ଗାଡ଼ିକୁ ନେଇ ସନ୍ଦେହ ହେବାରୁ ଡାକି ପଚରାଉଚରା କରୁଛୁ । ଆଶା କରୁଛୁ ହତ୍ୟା ରହସ୍ୟ ଖୁବ୍‌ଶୀଘ୍ର ଉନ୍ମୋଚିତ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି ।

Leave a Reply

Your email address will not be published. Required fields are marked *