ପୂରଣ ହେଲା ସଂକଳ୍ପ, ମୋଦିଙ୍କ ଜନ୍ମ ଦିବସ ଅବସରରେ ଲାଗିଲା ୭୫ ଲକ୍ଷ ଗଛ

ଭୁବନେଶ୍ଵର: ମୋଦିଙ୍କ ଜନ୍ମ ଦିବସ ଅବସରରେ ୭୫ ଲକ୍ଷ ଗଛ ଲଗାଇବା ସଂକଳ୍ପ ସଫଳ ହୋଛି । ସଂକଳ୍ପ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ଏହି ସଂଖ୍ୟା କୋଟିଏ ପାର୍‌ ହେବା ନେଇ ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସାମୂହିକ ପ୍ରୟାସରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିପାରିଛୁ…

ଭୁବନେଶ୍ଵର: ମୋଦିଙ୍କ ଜନ୍ମ ଦିବସ ଅବସରରେ ୭୫ ଲକ୍ଷ ଗଛ ଲଗାଇବା ସଂକଳ୍ପ ସଫଳ ହୋଛି । ସଂକଳ୍ପ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ଏହି ସଂଖ୍ୟା କୋଟିଏ ପାର୍‌ ହେବା ନେଇ ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସାମୂହିକ ପ୍ରୟାସରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିପାରିଛୁ । ପ୍ରତ୍ୟେକଟି ଗଛ ଓଡ଼ିଶା ପାଇଁ ମୋଦିଜୀଙ୍କ ସ୍ନେହ, ଶ୍ରଦ୍ଧା ଓ ପ୍ରତିବଦ୍ଧତା । ଓଡ଼ିଶାର ବିକାଶ ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରତି ଗୋଟିଏ ଗୋଟିଏ ଧନ୍ୟବାଦ । ଆଗାମୀ ଦିନରେ ଏହି ଅଭିଯାନ ଆହୁରି ବ୍ୟାପକ ହେବ । ଭବିଷ୍ୟତ ପିଢିର ସୁରକ୍ଷା ପାଇଁ ମୋଦୀଜୀଙ୍କ ନେତୃତ୍ୱ ପରିଚୟ ବହନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ମୁକ୍ୟମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କ ପ୍ରିୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ ତମ ଜନ୍ମଦିନରେ ଆମେ ଯେଉଁ ୭୫ ଲକ୍ଷ ଗଛ ଲଗାଇବାର ସଂକଳ୍ପ କରିଥିଲେ ସେଥିରେ ସଫଳ ହୋଇଛନ୍ତି। ସାମୂହିକ ପ୍ରୟାସରେ ଜନ୍ମଦାତ୍ରୀ ମାତା ଓ ଧରିତ୍ରୀ ମାତା ପ୍ରତି ଆମେ ଆମର ମୌଳିକ ଦାୟିତ୍ୱ ବିଷୟରେ ସଚେତନ ହୋଇପାରିଛୁ ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିପାରିଛୁ। ଏଥିପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ। ଆଜି ଯେଉଁ ଗଛଗୁଡ଼ିକ ଲାଗିଛି – ପ୍ରତ୍ୟେକଟି ଗଛ ଏକ ସବୁଜ ସୁନ୍ଦର ଓଡ଼ିଶା ପାଇଁ ଆମ ସଂକଳ୍ପର ବାର୍ତ୍ତାବହ, ପ୍ରତ୍ୟେକଟି ଗଛ ଓଡ଼ିଶା ପାଇଁ ମୋଦୀଜୀଙ୍କ ସ୍ନେହ, ଶ୍ରଦ୍ଧା ଏବଂ ଓଡ଼ିଶାର ବିକାଶ ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରତି ଗୋଟିଏ ଗୋଟିଏ ଧନ୍ୟବାଦ । ଆଜିର ଏ ଅଭିଯାନ ପରିବେଶ ପାଇଁ ଆମର ସାରା ସମାଜକୁ ଏକଜୁଟ୍ କରିଛି। ଆଗାମୀ ଦିନରେ ଏ ଅଭିଯାନ ଆହୁରି ବ୍ୟାପକ ହେବ। ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ଓ ଆମ ଭବିଷ୍ୟତ ପିଢିର ସୁରକ୍ଷା ପାଇଁ ମୋଦୀଜୀଙ୍କ ନେତୃତ୍ୱ ଓ ସଂକଳ୍ପ ତଥା ଆମ ଦାୟିତ୍ୱର ପରିଚୟ ବହନ କରିବ। ଦିନ ୨ ଘଟିକା ସୁଦ୍ଧା ଆମର ସାମୂହିକ ପ୍ରୟାସରେ ବୃକ୍ଷରୋପଣ ସଂଖ୍ୟା ୯୩,୬୦,୩୫୭ ଛୁଇଁଛି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *