ଗଡିଲା ରେଳ, ଅଯୋଧ୍ୟା – ବାରଣାସୀ ଅଭିମୁଖେ ୭୭୫ ଯାତ୍ରୀ

ଭୁବନେଶ୍ଵର: ଆଜି ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଟ୍ରେନ ର ଶୁଭାରମ୍ଭ ହୋଇଛି । ଏଥିରେ ଭୁବନେଶ୍ୱର – ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି ୭୭୫ ଯାତ୍ରୀ । ଏହି ଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ ଏକ ଦିବ୍ୟ ତଥା ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିଯିବ।ଏହି ଯାତ୍ରା ରେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ପାଇଁ ସେମାନଙ୍କ…

ଭୁବନେଶ୍ଵର: ଆଜି ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଟ୍ରେନ ର ଶୁଭାରମ୍ଭ ହୋଇଛି । ଏଥିରେ ଭୁବନେଶ୍ୱର – ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି ୭୭୫ ଯାତ୍ରୀ । ଏହି ଯାତ୍ରା ସମୟରେ ଯାତ୍ରୀ ମାନଙ୍କୁ ଏକ ଦିବ୍ୟ ତଥା ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିଯିବ।ଏହି ଯାତ୍ରା ରେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ପାଇଁ ସେମାନଙ୍କ ଗ୍ରାମରୁ ଭୁବନେଶ୍ୱର ରେଳଷ୍ଟେସନ ପର୍ଯ୍ୟନ୍ତ ଆସିବାର ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବା ସହ ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀଙ୍କର ରହିବା, ରେଳଷ୍ଟେସନରୁ ତୀର୍ଥସ୍ଥାନ ପର୍ଯ୍ୟନ୍ତ ଯିବା ଆସିବା, ଜଗୁଆଳୀ ଓ ଚିକିତ୍ସା ସୁବିଧା ଏବଂ ଖାଦ୍ୟପେୟ ଇତ୍ୟାଦିର ବନ୍ଦୋବସ୍ତ ମଧ୍ୟ କରାଯାଇଛି l

ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ପତକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଢେଙ୍କାନାଳରୁ ୧୦୮, ଜଗତସିଂହପୁରରୁ ୮୫, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୮୯, କଟକରୁ ୧୯୭ ଓ ଖୋର୍ଦ୍ଧାରୁ ୧୬୯ ଜଣ ଯାତ୍ରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ମୋଟ ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ସମେତ ସେମାନଙ୍କ ସହ ଯାଇଛନ୍ତି ୨୫ ଜଣ ଏସ୍କର୍ଟ ଗାଇଡ । ବରିଷ୍ଠ ନାଗରିକମାନଙ୍କର ଆଧ୍ୟାତ୍ମିକ ଅଭିଳାଷକୁ ପୂରଣ କରୁଥିବା ଏହି ପ୍ରୟାସରେ ଚଳିତ ବର୍ଷ ୮୦୦୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ। ଏହି ତୀର୍ଥଯାତ୍ରା ପର୍ଯ୍ୟଟନ ବିଭାଗ ଏବଂ ଆଇଆରସିଟିସିର ମିଳିତ ପ୍ରୟାସରେ କାର୍ଯ୍ୟକାରୀ ହେଉଛି।

Leave a Reply

Your email address will not be published. Required fields are marked *