ଚଣ୍ଡିଗଡ: ଲାଞ୍ଚ ନେବା ଅଭିଯୋଗରେ ପଞ୍ଜାବ ଡିଆଇଜି ହରଚରନ ସିଂ ଭୁଲାର ଗିରଫ ହୋଇଛନ୍ତି । ହରଚରନ ସିଂ ଭୁଲାରଙ୍କୁ ଗିରଫ କରିଛି ସିବିଆଇ । ଡିଆଇଜିଙ୍କ ଘରେ ୨୧ ଘଣ୍ଟାର ମାରାଥନ ରେଡ୍ ପରେ ୭ କୋଟି ଟଙ୍କା ଜବତ କରାଯାଇଛି । ଦେଢ଼ କିଲୋ ସୁନା, ୨୨ଟି ଦାମୀ ଘଣ୍ଟା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଗତକାଲି ଏକ ମାମଲାକୁ ରଫାଦଫା କରିବାକୁ ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ଲକ୍ଷ ଲାଞ୍ଚ ନେବେ ବେଳେ ଆଇପିଏସ୍ ଅଧିକାରୀଙ୍କୁ ସିବିଆଇ ଧରିଥିଲା । ଲାଞ୍ଚ ନେଇ ଧରାପଡ଼ିଥିବା ବରିଷ୍ଠ ଆଇପିଏସ୍ ଜଣଙ୍କ ହେଲେ ପଞ୍ଜାବ ଅନ୍ତର୍ଗତ ରୋପର ରେଞ୍ଜର ଡିଆଇଜି ହରଚରଣ ସିଂହ ଭୁଲ୍ଲାର । ସିବିଆଇ ଚଢାଉ ସମୟରେ ଡିଆଇଜି ଏବଂ ତାଙ୍କ ସହଯୋଗୀଙ୍କ ଘରୁ ୫ କୋଟି ଟଙ୍କା ନଗଦ, ୧.୫ କିଲୋ ସୁନା, ଅନେକ ଫ୍ଲାଟର କାଗଜପତ୍ର, ପ୍ଲଟ ଏବଂ ମର୍ସିଡିଜ୍-ଅଡି ଭଳି ବିଳାସପୂର୍ଣ୍ଣ କାରର ଚାବି ଜବତ କରାଯାଇଥିଲା । ଏପରିକି ଟଙ୍କା ଗଣିବାକୁ ଟଙ୍କା ଗଣା ମେସିନ୍ ମଧ୍ୟ ନିୟୋଜିତ ହୋଇଥିଲା ।
