ଭୁଶୁଡିଲା କଟକ ରେଲୱେ ଷ୍ଟେସନରେ ନିର୍ମାଣାଧୀନ ଛାତ, ଯାତାୟାତ ବାଧାପ୍ରାପ୍ତ

କଟକ: କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ। ପ୍ଲାଟଫର୍ମ ୧ ଓ ୨ ନମ୍ବରରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଅଂଶ। ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି। କିଛି ଟ୍ରେନର ଯାତାୟାତ ମଧ୍ୟ ବିଳମ୍ବିତ । ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସେନେଇ ସ୍ପଷ୍ଟ ହୋଇପାରି ନାହିଁ । ପୂର୍ବତଟ ରେଳବାଇ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୩.୪୫ ସମୟରେ…

କଟକ: କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ। ପ୍ଲାଟଫର୍ମ ୧ ଓ ୨ ନମ୍ବରରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଅଂଶ। ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି। କିଛି ଟ୍ରେନର ଯାତାୟାତ ମଧ୍ୟ ବିଳମ୍ବିତ । ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସେନେଇ ସ୍ପଷ୍ଟ ହୋଇପାରି ନାହିଁ ।

ପୂର୍ବତଟ ରେଳବାଇ ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୩.୪୫ ସମୟରେ ଘଟିଥିଲା । ଯାହାଫଳରେ ପ୍ଲାଟଫର୍ମ ୧ ଏବଂ ୨ରେ ଅସ୍ଥାୟୀ ଭାବରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣାରେ କୌଣସି ଆହତ କିମ୍ବା ମୃତାହତ ହୋଇଥିବାର ରିପୋର୍ଟ ହୋଇନାହିଁ । ୪୫ ମିନିଟ୍‌ ଭିତରେ ସବୁ ଠିକ୍‌ ହୋଇଯିବ ବୋଲି କହିଛି ପୂର୍ବତଟ ରେଳବାଇ ।

Leave a Reply

Your email address will not be published. Required fields are marked *