ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ବିହାର: ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ର୍ରାର୍ଥୀ ତାଲିକା ଜାରି କଲା ବିଜେପି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୭୧ ଜଣଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ସେଥିରେ ଅଛନ୍ତି ୯ ଜଣ ମହିଳା । ତାରାପୁରରୁ ଲଢ଼ିବେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ସେହିପରି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଲଖୀସରାଇରୁ ଲଢ଼ିବେ । ବାଙ୍କିପୁରରୁ ମନ୍ତ୍ରୀ ନୀତିନ ନବୀନ ଓ ବେତିଆରୁ ରେଣୁ ଦେବୀ ପ୍ରାର୍ଥୀ । ଦାନାପୁରରୁ…

ବିହାର: ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ର୍ରାର୍ଥୀ ତାଲିକା ଜାରି କଲା ବିଜେପି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୭୧ ଜଣଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ସେଥିରେ ଅଛନ୍ତି ୯ ଜଣ ମହିଳା । ତାରାପୁରରୁ ଲଢ଼ିବେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ସେହିପରି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଲଖୀସରାଇରୁ ଲଢ଼ିବେ । ବାଙ୍କିପୁରରୁ ମନ୍ତ୍ରୀ ନୀତିନ ନବୀନ ଓ ବେତିଆରୁ ରେଣୁ ଦେବୀ ପ୍ରାର୍ଥୀ । ଦାନାପୁରରୁ ଲଢ଼ିବେ ବରିଷ୍ଠ ନେତା ରାମକୃପାଳ ଯାଦବ । ମୋଟ୍ ୧୦୧ ଆସନରେ ନିର୍ବାଚନ ଲଢ଼ିବ ବିଜେପି ।

ମନ୍ତ୍ରୀ ମଙ୍ଗଳ ପାଣ୍ଡେଙ୍କୁ ସିୱାନରୁ ଟିକେଟ୍ ଦିଆଯାଇଛି। ସଞ୍ଜୟ ସରାୱାଗିଙ୍କୁ ଦରଭଙ୍ଗାରୁ ପ୍ରାର୍ଥୀ କରାଯାଇଛି। ନୀରଜ କୁମାର ବବଲୁଙ୍କୁ ଛାତାପୁରରୁ ଟିକେଟ ଦିଆଯାଇଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ବେଟିଆ ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ଆଉ ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ କଟିହାରରୁ ପ୍ରାର୍ଥୀ କରାଯାଇଛି । ତେବେ ଦଳ ଏହାର ସମସ୍ତ ବରିଷ୍ଠ ନେତାଙ୍କୁ ଟିକେଟ ଦେଇଛି।

ଦୀର୍ଘ ଦିନ ହେଲା ବିହାରରେ ଏନଡିଏ ମେଣ୍ଟ ଭିତରେ ସିଟ୍ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡିପାରୁନଥିଲା । ହେଲେ ଶେଷରେ ଏନଡିଏର ସହଯୋଗୀ ଦଳମାନଙ୍କ ଭିତରେ ସିଟ୍ ବୁଝାମଣା ହୋଇଥିଲା । ନିଷ୍ପତ୍ତି ମୁତାବକ ଏଥର ବିଜେପି ଏବଂ ଜେଡିୟୁ  ୧୦୧ ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ବୋଲି ଧାର୍ଯ୍ୟ ହୋଇଥିଲା । ଏହାସହ ଏଲଜେପି (ଆର୍) ୨୯ଟି ଆସନରେ ନିର୍ବାଚନ ଲଢ଼ିବ । ସେହିପରି ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା  ୬ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ।

Leave a Reply

Your email address will not be published. Required fields are marked *