ଝିଅକୁ ଡାକ୍ତର କରିବା ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଛି: ପୀଡିତାଙ୍କ ବାପା

ଦୁର୍ଗାପୁର: ଦୁର୍ଗାପୁର ଗଣଦୁଷ୍କର୍ମ ମାମଲାକୁ ନେଇ ପଶ୍ଚିମବଙ୍ଗ ସହ ଓଡିଶାରେ ହଇଚଇ ସୃଷ୍ଟି ହୋଇଛି । ହସ୍ପିଟାଲରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ପୀଡିତାଙ୍କ ପିତାଙ୍କ ଏକ ହୃଦୟ ବିଦାରକ ବୟାନ ଏବେ ସାମ୍ନାକୁ ଆସିଛି । ପୀଡ଼ିତା ଓଡ଼ିଆ ଛାତ୍ରୀଙ୍କ ବାପା କହିଛନ୍ତି, ଝିଅକୁ ଡାକ୍ତର କରିବା ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ସମସ୍ତ ଦୋଷୀ କଠୋର ଦଣ୍ଡ ପାଇବା ଦରକାର । CBI ତଦନ୍ତ ଦାବି…

ଦୁର୍ଗାପୁର: ଦୁର୍ଗାପୁର ଗଣଦୁଷ୍କର୍ମ ମାମଲାକୁ ନେଇ ପଶ୍ଚିମବଙ୍ଗ ସହ ଓଡିଶାରେ ହଇଚଇ ସୃଷ୍ଟି ହୋଇଛି । ହସ୍ପିଟାଲରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ପୀଡିତାଙ୍କ ପିତାଙ୍କ ଏକ ହୃଦୟ ବିଦାରକ ବୟାନ ଏବେ ସାମ୍ନାକୁ ଆସିଛି । ପୀଡ଼ିତା ଓଡ଼ିଆ ଛାତ୍ରୀଙ୍କ ବାପା କହିଛନ୍ତି, ଝିଅକୁ ଡାକ୍ତର କରିବା ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ସମସ୍ତ ଦୋଷୀ କଠୋର ଦଣ୍ଡ ପାଇବା ଦରକାର । CBI ତଦନ୍ତ ଦାବି କରୁଛି, ପଶ୍ଚିମବଙ୍ଗ ସରକାରଙ୍କ ଉପରେ ନିର୍ଭର କରେ । ଯେତେଶୀଘ୍ର ହେବ ଆମେ ବେଙ୍ଗଲ ଛାଡ଼ି ଓଡ଼ିଶା ପଳାଇଯିବୁ । ଯଦି ଆମେ କିଛି ଭୁଲ କରିଛୁ ମମତା ଦିଦି କ୍ଷମା କରି ଦିଅନ୍ତୁ ବୋଲି କହିଛନ୍ତି ପୀଡିତାଙ୍କ ବାପା ।

ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଭେଟିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ପଶ୍ଚିମବଙ୍ଗ ରାଜ୍ୟପାଳ ସି. ବି ଆନନ୍ଦ ବୋଷଙ୍କ ସହ ସାକ୍ଷାତ କରି ଉକ୍ତ ମାମଲାକୁ ନେଇ ଆଲୋଚନା କରିଛନ୍ତି । ସମସ୍ତ ଅଭିଯୁକ୍ତକୁ କଠୋରରୁ କଠୋରତମ ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଗତକାଲି ଦୁର୍ଗାପୁର ପୀଡିତା ଓ ତାଙ୍କ ସଂପର୍କୀୟଙ୍କୁ ଭେଟିଥିଲେ ପ୍ରତାପ ଷଡ଼ଙ୍ଗୀ ।

କହିରଖୁଛୁ ଯେ, ଦୁର୍ଗାପୁର ନିକଟସ୍ଥ ଏକ ଘରୋଇ ମେଡିକାଲ କଲେଜ ବାହାରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ପୋଲିସ ପୀଡିତାଙ୍କ ପୁରୁଷ ବନ୍ଧୁ ସମେତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଛି, ଏବଂ ଫରେନସିକ୍ ପରୀକ୍ଷା ପାଇଁ ପୋଷାକ ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସିନ୍ ରିକ୍ରିଏସନ୍ ହୋଇଛି । ଆଗକୁ ତଦନ୍ତ ଚାଲିଛି । 

Leave a Reply

Your email address will not be published. Required fields are marked *