ବିଶିଷ୍ଟ ନେତା ଡଃ ବିଶ୍ଵଜିତଙ୍କୁ ପ୍ରଥମ ଓଡ଼ିଶା ସମତା ସମ୍ମାନ ୨୦୨୫

ଭୁବନେଶ୍ଵର: ଶୁଭାରମ୍ଭ ହୋଇଛି ଓଡିଶା ସମତା ଅଭିଯାନ ୨୦୨୫ । ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଶେଷ ଧାଡିରେ ଥିବା ମଣିଷଙ୍କ ନ୍ୟାୟ ପାଇଁ ସମର୍ପିତ ସଂଗଠନ ‘ଓଡ଼ିଶା ସମତା ଅଭିଯାନ’ ଶୁଭାରମ୍ଭ ଅବସରରେ “ଭୋଟ ଚୋରି ଓ ଗଣତନ୍ତ୍ରର ଭବିଷ୍ୟତ” ଶୀର୍ଷକ ଆଲୋଚନା ଚକ୍ରରେ ଉପସ୍ଥିତ ବ୍ୟକ୍ତିବିଶେଷ ବକ୍ତବ୍ୟ ରଖିଥିଲେ। ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ…

ଭୁବନେଶ୍ଵର: ଶୁଭାରମ୍ଭ ହୋଇଛି ଓଡିଶା ସମତା ଅଭିଯାନ ୨୦୨୫ । ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଶେଷ ଧାଡିରେ ଥିବା ମଣିଷଙ୍କ ନ୍ୟାୟ ପାଇଁ ସମର୍ପିତ ସଂଗଠନ ‘ଓଡ଼ିଶା ସମତା ଅଭିଯାନ’ ଶୁଭାରମ୍ଭ ଅବସରରେ “ଭୋଟ ଚୋରି ଓ ଗଣତନ୍ତ୍ରର ଭବିଷ୍ୟତ” ଶୀର୍ଷକ ଆଲୋଚନା ଚକ୍ରରେ ଉପସ୍ଥିତ ବ୍ୟକ୍ତିବିଶେଷ ବକ୍ତବ୍ୟ ରଖିଥିଲେ। ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାକ୍ତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ଜନ ଆନ୍ଦୋଳନ କର୍ମୀ ନରେନ୍ଦ୍ର ମହାନ୍ତି, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ,  କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ମନୀଷା ଦାସ ପଟ୍ଟନାୟକ ଓ ନଳିନୀ ନାୟକ, ଆପ ସଙ୍ଗଠନ ସମ୍ପାଦକ କଲ୍ୟାଣ ଆନନ୍ଦ, କୃଷକ ନେତା ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ କମିଶନଙ୍କ ରାଜନୈତିକ ଏତାଦୃଶ ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟକୁ ନିନ୍ଦା କରିବା ସହ ନିଜ ମତ ରଖିଥିଲେ।

ବିଶିଷ୍ଟ ଗାନ୍ଧୀବାଦୀ ନେତା ଡଃ ବିଶ୍ଵଜିତଙ୍କୁ ଗାନ୍ଧୀ ବିଚାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ନାଗରିକ ସମାଜ ପାଇଁ ଚାଲିଥିବା ଆନ୍ଦୋଳନ ଭାରତ ଯୋଡୋ ଅଭିଯାନର ରାଷ୍ଟ୍ରୀୟ ସମ୍ପାଦକ ମନୋନୀତ ହୋଇଥିବାରୁ ତାଙ୍କୁ “ପ୍ରଥମ ଓଡ଼ିଶା ସମତା ସମ୍ମାନ ୨୦୨୫”ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱାଧୀନ ଓ ସାର୍ଵଭୌମ ଭାରତବର୍ଷର ମେରୁଦଣ୍ଡ ହେଉଛି ଏହାର ଗଣତନ୍ତ୍ର ଓ ଗଣତନ୍ତ୍ରର ରକ୍ତ ଧମନୀ ହେଉଛି ଏହାର ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା । ସମସ୍ତ ସାବାଳକଙ୍କୁ ଭୋଟଦାନ ଅଧିକାର ଦେବା ସମ୍ବିଧାନର ମୂଳ ଲକ୍ଷ୍ୟ ଥିବା ବେଳେ ସାମ୍ବିଧାନିକ ଅନୁଷ୍ଠାନ ନିର୍ବାଚନ କମିଶନ ଏହି ପ୍ରକ୍ରିୟାକୁ ଧୂଳିସାତ କରିବା ଏ ଦେଶର ଗଣତାନ୍ତ୍ରିକ ସାର୍ଵଭୌମତ୍ୱ ଉପରେ ସର୍ବବୃହତ ଆକ୍ରମଣ ଭାବେ ଉଭା ହୋଇଛି ।

ଗତ ୨୦୨୪ ସାଧାରଣ ନିର୍ବାଚନରେ ଭୋଟଦାନ ପ୍ରକ୍ରିୟାରେ ଗୋଟିଏ ନାମରେ ଓ ଗୋଟିଏ ଫୋଟୋ ଭିତ୍ତିରେ ଏକାଧିକ କ୍ରମିକ ନମ୍ବରରେ ଭୋଟଦାନର ସମୟ ଅବଧି ପୂରଣ ପରେ ଅର୍ଥାତ୍ ସନ୍ଧ୍ୟା ୫ ଘଟିକା ପରେ ଶତକଡା ୨୦ ଭାଗରୁ ଅଧିକ ଭୋଟଦାନ ଏହା ନିର୍ବାଚନ କମିଶନଙ୍କ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି କରିଛି । ଭୋଟଦାନ ପ୍ରକ୍ରିୟା ସରିବା ପରେ ଭୋଟ ଗଣତି ପୂର୍ବରୁ ନିର୍ବାଚନ କମିଶନ ଜାରି କରିଥିବା ଭୋଟଦାତାଙ୍କ ସଂଖ୍ୟା ଠାରୁ ଭୋଟ ଗଣତି ସଂଖ୍ୟା ଅଧିକ ହେବା ବିଶେଷ କରି ଓଡ଼ିଶାରେ ଅର୍ଦ୍ଧାଧିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୧୮ ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଭୋଟଦାନ ସଂଖ୍ୟା ଠାରୁ ଭୋଟ ଗଣତି ସଂଖ୍ୟା ଅଧିକ ରହିବା ଏହା ନିର୍ବାଚନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଠିକ୍ ସେହିପରି ସ୍ପେଶିଆଲ ଇଣ୍ଟେସିଭ ରିଭିଜନ ନାମରେ ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ସମ୍ବିଧାନ ବିରୋଧୀ ଅଟେ। ପ୍ରତିବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଭୋଟର ତାଲିକାରୁ ସଂଶୋଧନ କରାଯାଇଥାଏ। ପ୍ରତି ସାଧାରଣ ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କରାଯାଇଥାଏ। ଏହି ପୃଷ୍ଠଭୂମିରେ ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଯେଉଁ ସ୍ପେଶିଆଲ ଇଣ୍ଟେସିଭ ରିଭିଜନ କରାଯାଉଛି ସେଥିରେ ୬୫ ଲକ୍ଷ ନାଗରିକଙ୍କ ନାମ ଉଦ୍ଦେଶ୍ୟମୂଳକ ଭାବେ ବାଦ ଦିଆଯାଇଥିବା ବେଳେ ଅନେକ ଜୀବିତ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ।

Leave a Reply

Your email address will not be published. Required fields are marked *