ବିନା ଟାହିଆରେ ପହଣ୍ଡି ପ୍ରସଙ୍ଗ: ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର/ପୁରୀ: ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିନା ଟାହିଆରେ ପହଣ୍ଡି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାକୁ ନେଇ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରି ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଘେରିଛି। କଂଗ୍ରେସର ଅଭିଯୋଗ ଅନୁଯାୟୀ, ମହାପ୍ରଭୁଙ୍କ ପହଣ୍ଡି ସମୟରେ ପାଳନ କରାଯାଉଥିବା ପାରମ୍ପରିକ ନୀତି ଓ ପରମ୍ପରାରେ ବ୍ୟତିକ୍ରମ ଘଟିଛି। ଏହା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଦଳ କହିଛି। ଏହି…

ଭୁବନେଶ୍ୱର/ପୁରୀ: ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିନା ଟାହିଆରେ ପହଣ୍ଡି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାକୁ ନେଇ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରି ସରକାର ଓ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଘେରିଛି। କଂଗ୍ରେସର ଅଭିଯୋଗ ଅନୁଯାୟୀ, ମହାପ୍ରଭୁଙ୍କ ପହଣ୍ଡି ସମୟରେ ପାଳନ କରାଯାଉଥିବା ପାରମ୍ପରିକ ନୀତି ଓ ପରମ୍ପରାରେ ବ୍ୟତିକ୍ରମ ଘଟିଛି। ଏହା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଦଳ କହିଛି।

ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଦଳ ଦାବି କରିଛି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ଜାରି ରହିଥିବା ବେଳେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *