୩ ସନ୍ତାନ ସପକ୍ଷରେ RSS ମୁଖ୍ୟ ମୋହନ ଭାଗବତ, କହିଲେ…

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧି ପାଇଁ ପରିବାରରେ ୩ ସନ୍ତାନ ଜରୁରୀ । ଜନସଂଖ୍ୟାଗତ ପରିବର୍ତ୍ତନ ଓ ନିୟନ୍ତ୍ରଣ ଉପରେ ପ୍ରଶ୍ନରେ ଉତ୍ତର ଦେଲେ ଆରଏସଏସ ମୁଖ୍ୟ । ଯଦି ଜନ୍ମହାର ୩ରୁ କମ୍ ହୁଏ, ତେବେ ଆମେ ଧୀରେ ଧୀରେ ଲୋପ ପାଇଯିବୁ । ଆରଏସଏସର ୧୦୦ ବର୍ଷ ପୂରଣ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୩ ଦିନିଆ ବକ୍ତୃତା ମାଳାରେ ଏହା ଭାଗବତ କହିଛନ୍ତି । ସେ…

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧି ପାଇଁ ପରିବାରରେ ୩ ସନ୍ତାନ ଜରୁରୀ । ଜନସଂଖ୍ୟାଗତ ପରିବର୍ତ୍ତନ ଓ ନିୟନ୍ତ୍ରଣ ଉପରେ ପ୍ରଶ୍ନରେ ଉତ୍ତର ଦେଲେ ଆରଏସଏସ ମୁଖ୍ୟ । ଯଦି ଜନ୍ମହାର ୩ରୁ କମ୍ ହୁଏ, ତେବେ ଆମେ ଧୀରେ ଧୀରେ ଲୋପ ପାଇଯିବୁ । ଆରଏସଏସର ୧୦୦ ବର୍ଷ ପୂରଣ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ୩ ଦିନିଆ ବକ୍ତୃତା ମାଳାରେ ଏହା ଭାଗବତ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଲୋକଙ୍କର ୩ଟିରୁ ଅଧିକ ସନ୍ତାନ ହେବା ଉଚିତ୍ ନୁହେଁ ଯାହା ଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣରେ ରହିବ । ସେହିପରି ଧର୍ମାନ୍ତରୀକରଣ ଏବଂ ଅବୈଧ ପ୍ରବାସ ହେଉଛି ଜନସଂଖ୍ୟାଗତ ଅସନ୍ତୁଳନର ଦୁଇଟି ପ୍ରମୁଖ କାରଣ ।

ମୋହନ ଭାଗବତ କହିଛନ୍ତି ଯେ, ‘ବିଦେଶୀ ଭାଷା ଶିଖିବା ଭୁଲ ନୁହେଁ। ମୁଁ ଇଂରାଜୀ ମଧ୍ୟ ପଢ଼ିଛି, କିନ୍ତୁ ଏହା ହିନ୍ଦୀ ଏବଂ ଭାରତୀୟ ସଂସ୍କୃତି ପ୍ରତି ମୋର ଭଲ ପାଇବାକୁ ହ୍ରାସ କରିନାହିଁ। ସମସ୍ୟା ସେତେବେଳେ ଉପୁଜେ ଯେତେବେଳେ ଆମେ ଆମର ଲେଖକ ଏବଂ ସାହିତ୍ୟରୁ ମୁହଁ ଫେରାଇ ନେଉ। ପିଲାମାନେ ଇଂରାଜୀ ଏବଂ ଅନ୍ୟାନ୍ୟ ବିଦେଶୀ ଭାଷା ଶିଖିବା ଉଚିତ, କିନ୍ତୁ ସେହି ସମୟରେ ସେମାନଙ୍କୁ ଭାରତୀୟ ସାହିତ୍ୟ ଏବଂ ପରମ୍ପରା ସହିତ ଯୋଡ଼ି ରଖିବା ଗୁରୁତ୍ୱପୂର୍ଣ୍ଣ।

ଶ୍ରୀ ଭାଗବତ କହିଛନ୍ତି ଯେ, ଭାରତର ଜନସଂଖ୍ୟା ନୀତି ୨.୧ ପିଲାଙ୍କ କଥା କହୁଛି, ଯାହା ହାରାହାରି ଠିକ। କିନ୍ତୁ ଆପଣ କେବେ ବି ୦.୧ ପିଲା ଜନ୍ମ କରିପାରିବେ ନାହିଁ। ଗଣିତରେ ୨.୧ର ଅର୍ଥ ୨। କିନ୍ତୁ ଜନ୍ମ କଥା ବିଚାରକୁ ନେଲେ ୨ ପରେ ୩ ଆସେ। ଏକଥା ଡାକ୍ତର ମୋତେ କହିଛନ୍ତି। ୨.୧ ଜନ୍ମଦାତା ସଂପ୍ରଦାୟ ଧୀରେଧୀରେ ବିଲୁପ୍ତ ହୋଇଯିବେ ଓ ୩ରୁ ଅଧିକ ଜନ୍ମ ହାରକୁ ବଳବତ୍ତର ରଖିବା ଆବଶ୍ୟକ। ଠିକ ବୟସରେ ବାହା ହେବା ଓ ୩ ପିଲା ଜନ୍ମ କରିବା ସୁନିଶ୍ଚିତ କରିଥାଏ ଯେ ବାପା ମା’ ଓ ପିଲା ସମସ୍ତେ ସୁସ୍ଥ ରୁହିବେ। ଜନସଂଖ୍ୟା ବୃଦ୍ଧି ଗୋଟିଏ ବରଦାନ ହୋଇପାରେ। କିନ୍ତୁ ଏହା ଗୋଟିଏ ବୋଝରେ ମଧ୍ୟ ପରିଣତ ହେବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *