ଭୁବନେଶ୍ଵରରେ ଓମ୍ ବିର୍ଲା, ଏସସି ଓ ଏସଟି ଜାତୀୟ ସମ୍ମିଳନୀକୁ କରିବେ ଉଦ୍‌ଘାଟନ

ଭୁବନେଶ୍ଵର: ଆଜିଠୁ ଓଡ଼ିଶାରେ ଆରମ୍ଭ ହେଉଛି ୨ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଆଜି ଓ ଆସନ୍ତାକାଲି ଓଡ଼ିଶାରେ ହେବାକୁ ଯାଉଛି ଏହି ଜାତୀୟ ସ୍ତରର ସମ୍ମିଳନୀ । ସମ୍ମିଳନୀକୁ ଏଦଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ୧୯୯୪ ପରେ ପ୍ରଥମ ଥର ଓଡ଼ିଶାରେ ସଂସଦୀୟ କମିଟିର ବୈଠକ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ…

ଭୁବନେଶ୍ଵର: ଆଜିଠୁ ଓଡ଼ିଶାରେ ଆରମ୍ଭ ହେଉଛି ୨ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଆଜି ଓ ଆସନ୍ତାକାଲି ଓଡ଼ିଶାରେ ହେବାକୁ ଯାଉଛି ଏହି ଜାତୀୟ ସ୍ତରର ସମ୍ମିଳନୀ । ସମ୍ମିଳନୀକୁ ଏଦଘାଟନ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ୧୯୯୪ ପରେ ପ୍ରଥମ ଥର ଓଡ଼ିଶାରେ ସଂସଦୀୟ କମିଟିର ବୈଠକ ହେବ । ସମ୍ମିଳନୀରେ ଭାଗ ନେବେ ରାଜ୍ୟସଭା ଉପାଧ୍ୟକ୍ଷ ଓ ୨ କେନ୍ଦ୍ର ମନ୍ତ୍ରୀ । ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ମଧ୍ୟ ଯୋଗଦେବେ । ବିଧାନସଭା କମିଟି ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟ ଓ ୪ ବିଧାୟକ ମଧ୍ୟ ସମ୍ମିଳନୀରେ ଯୋଗଦେବେ । ଏସ୍‌ସି-ଏସ୍‌ଟି ଉନ୍ନୟନ ସଂସଦୀୟ କମିଟିର ୩୦ ସଦସ୍ୟ ମଧ୍ୟ ଯୋଗଦେବେ । ଭୁବନେଶ୍ୱରରେ ୨୯ ଓ ୩୦ ତାରିଖ ୨ ଦିନ ଧରି ଚାଲିବ ଜାତୀୟ ସମ୍ମିଳନୀ ।

ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ଆଦିବାସୀ ବିକାଶରେ ସଂସଦୀୟ କମିଟିର ଭୂମିକା। ଯାହା ସମ୍ପର୍କରେ ଆଲୋଚନା ହେବ। ଉଦଯାପନୀ ସମାରୋହରେ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ସମେତ ରାଜ୍ୟ ମନ୍ତ୍ରୀମାନେ ଉଦବୋଧନ ଦେବେ। ଏ ନେଇ ଆଜି ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଦୁଇ ଦିନ ଧରି ଲୋକସେବା ଭବନ କନଭେନସନରେ ଏହି ସମ୍ମିଳନୀ ଆୟୋଜିତ ହେବ। ସାମ୍ବିଧାନିକ ସୁରକ୍ଷା ଓ ଆଦିବାସୀ ବିକାଶ ନେଇ ବିଭିନ୍ନ ରାଜ୍ୟ ନେଇଥିବା ପଦକ୍ଷେପକୁ ଏହି ସମ୍ମିଳନୀରେ ଉପସ୍ଥାପନ କରାଯିବ। ୩୧ ବର୍ଷ ପରେ ଏହା ଓଡ଼ିଶାରେ ଆୟୋଜନ କରାଯାଉଛି। ଓଡ଼ିଶାର ହସ୍ତଶିଳ୍ପ, କାରିଗରୀ, ସଂସ୍କୃତି ଓ କଳାକୁ ନେଇ ଏକ ପ୍ରଦର୍ଶନୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଉଦଯାପନୀ ପରେ ପ୍ରତିନିଧିମାନଙ୍କୁ କୋଣାର୍କ ସହ ଶ୍ରୀଜଗନ୍ନାଥ ଦର୍ଶନ କରାଯିବ।

Leave a Reply

Your email address will not be published. Required fields are marked *