ପୁଣି ଚର୍ଚ୍ଚାରେ ନାଗ ଦମ୍ପତ୍ତି: ଅର୍ଚ୍ଚନା ନାଗଙ୍କ ସ୍ଵାମୀଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ନାଗ ଦମ୍ପତ୍ତି । ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା । ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ । ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରି ମାରିବାକୁ ଉଦ୍ୟମ ଅଭିଯୋଗ। ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା । ସୂଚନା…

ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ନାଗ ଦମ୍ପତ୍ତି । ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ସୂଚନା । ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ । ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ କରି ମାରିବାକୁ ଉଦ୍ୟମ ଅଭିଯୋଗ। ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରି ଜବତ ହୋଇଥିବା ସୂଚନା ।

ସୂଚନା ଅନୁସାରେ, ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ ଏବେ ଛାଡପତ୍ର ମାମଲା ଚାଲିଥିବା ବେଳେ ଉଭୟ ଅଲଗା ଅଲଗା ରହୁଛନ୍ତି। କିନ୍ତୁ ଗତକାଲି ରାତି ଅଧରେ ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ସ୍ବାମୀ ଜଗବନ୍ଧୁ ମାରଣାସ୍ତ୍ରରେ ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏପରିକି ରାତି ଅଧରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ବି ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *