ମିଲେଟ୍ ଜାତୀୟ ଖାଦ୍ୟରେ ରହିଛି ଅନେକ ଫାଇଦା, ଆପଣଙ୍କ ଖାଦ୍ୟରେ ଆଜି ହିଁ କରନ୍ତୁ ସାମିଲ୍

ଭୁବନେଶ୍ଵର: ଶିଶୁ, କିଶୋର ଏବଂ ବୟସ୍କଙ୍କ ମଧ୍ୟରେ ଆଜିକାଲି ମେଦବହୁଳତା ଏକ ସାଧାରଣ ରୋଗ ଯାହାକି ହୃଦଘାତର ଆଶଙ୍କାକୁ ବଢ଼ାଇଥାଏ । ତେଣୁ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ କିଛି ପରିମାଣର ମିଲେଟ । ଅନୁସନ୍ଧାନ ଅନୁଯାୟୀ, ମିଲେଟ ଖାଇବା ଦ୍ୱାରା ମୋଟ କୋଲେଷ୍ଟ୍ରଲ ୮% ହ୍ରାସ ପାଇବା ସହିତ ନିମ୍ନ ଏବଂ ଅତି ନିମ୍ନ-ଘନତା ବିଶିଷ୍ଟ ଲିପୋପ୍ରୋଟେନ୍, କିମ୍ବା “ଖରାପ କୋଲେଷ୍ଟ୍ରଲ” ଏବଂ ବ୍ଲଡ ପ୍ରେସର…

ଭୁବନେଶ୍ଵର: ଶିଶୁ, କିଶୋର ଏବଂ ବୟସ୍କଙ୍କ ମଧ୍ୟରେ ଆଜିକାଲି ମେଦବହୁଳତା ଏକ ସାଧାରଣ ରୋଗ ଯାହାକି ହୃଦଘାତର ଆଶଙ୍କାକୁ ବଢ଼ାଇଥାଏ । ତେଣୁ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ କିଛି ପରିମାଣର ମିଲେଟ । ଅନୁସନ୍ଧାନ ଅନୁଯାୟୀ, ମିଲେଟ ଖାଇବା ଦ୍ୱାରା ମୋଟ କୋଲେଷ୍ଟ୍ରଲ ୮% ହ୍ରାସ ପାଇବା ସହିତ ନିମ୍ନ ଏବଂ ଅତି ନିମ୍ନ-ଘନତା ବିଶିଷ୍ଟ ଲିପୋପ୍ରୋଟେନ୍, କିମ୍ବା “ଖରାପ କୋଲେଷ୍ଟ୍ରଲ” ଏବଂ ବ୍ଲଡ ପ୍ରେସର ୫% ହ୍ରାସ ପାଇଥାଏ । ତେଣୁ ଆପଣମାନେ ମଧ୍ୟ ପ୍ରତିଦିନ ୫୦ ରୁ ୨୦୦ ଗ୍ରାମ ମିଲେଟ ଖାଦ୍ୟରେ ସାମିଲ କଲେ ଅନେକ ରୋଗରୁ ଦୂରରେ ରହି ପାରିବେ ।

ରିପୋର୍ଟ ଅନୁସାରେ, ମିଲେଟଗୁଡିକରେ ଅସନ୍ତୁଳିତ ଫ୍ୟାଟି ଏସିଡ୍ ଅଛି । ଯାହା ବିଶୋଧିତ ଗହମ, ମିଲ୍ ଚାଉଳ ତୁଳନାରେ ୨ ରୁ ୧୦ ଗୁଣ ଅଧିକ । ଯାହାକି ହୃଦଘାତର ଆଶଙ୍କା କୁ ବହୁତ ପରିମାଣରେ କମାଇଥାଏ । ମଧୁମେହ ଏବଂ ହୃଦରୋଗ ଭଳି ରୋଗର ବୃଦ୍ଧିରେ ଏକ ଖରାପ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନର ନିର୍ଦ୍ଦେଶକ ଡକ୍ଟର ହେମାଲାଥାଙ୍କ ଅନୁଯାୟୀ, ମିଲେଟ ପ୍ରତିଦିନ ବ୍ୟବହାର କଲେ ମଧୁମେହ ସହିତ ହୃଦଘାତର ସମସ୍ୟା ମଧ୍ୟ ଦୂର ହାଇଥାଏ । ମିଲେଟଗୁଡିକ ହେଉଛି ବିଭିନ୍ନ ପ୍ରକାରର ଶସ୍ୟ । ଯାହା ସମଗ୍ର ବିଶ୍ୱରେ ଚାଷ କରାଯାଇଥାଏ । ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଜିଙ୍କ ଏବଂ ଭିଟାମିନ୍ ଭଳି ପ୍ରଚୁର ପରିମାଣର ପୁଷ୍ଟିକର ଖାଦ୍ୟ ଥିବା ଜଣା ପଡିଛି ।

ମିଲେଟର ବ୍ୟବହାର କଲେ ହାଇପରଲିପାଇଡେମିଆ ଏବଂ ଉଚ୍ଚ ରକ୍ତଚାପ ହ୍ରାସ ପାଇବା ସହିତ, ଭଲ କୋଲେଷ୍ଟ୍ରଲର ସ୍ତରକୁ ବଢାଇଥାଏ । ଯାହା ଭବିଷ୍ୟତରେ ଉଚ୍ଚ ରକ୍ତଚାପ ଏବଂ ଆଥେରୋସ୍କ୍ଲେରୋଟିକ୍ ହୃଦରୋଗ ବିପଦଠୁ ଦୂରେଇବାକୁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ମିଲେଟ ହଜମକୁ ବଢ଼େଇଥାଏ । ଏହାକୁ ସେବନ କରିବା ଦ୍ୱାରା କର୍କଟ ରୋଗର ଆଶଙ୍କା କମ୍ ଥାଏ ଏବଂ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଅଧିକ ପୁଷ୍ଟିଯୁକ୍ତ ମିଲେଟ ଗୁଡିକ ହେଉଛି ମାଣ୍ଡିଆ, ଜୁଆରା, ବାଜ୍ରା, କଙ୍ଗୁ, କୋଡୁଆ, ଖିରା ଏବଂ ସୁଆନ ଅନ୍ତର୍ଭୁକ୍ତ । ଯାହାକୁ ଆପଣମାନେ ଜଳଖିଆରେ ,ଦ୍ବିପହରେ ଏବଂ ରାତି ଖାଦ୍ୟରେ ମିଶେଇ ପାରିବେ । ମିଲେଟରୁ କେକ, ରୋଟି, ଉପମା, ଦୋସା, ଲଡୁ, ବିସ୍କୁଟ, କୁକିଜ, ଇଡ଼ଲି, ମୋଦକ ଇତ୍ୟାଦି ବିଭିନ୍ନ ଖାଦ୍ୟକୁ ଆପଣମାନେ ପ୍ରତିଦିନ ଖାଇପାରିବେ ।

Leave a Reply

Your email address will not be published. Required fields are marked *