ଗଣିତ ନ ଆସିବାରୁ ମାଡ଼ ମାରି ଛାତ୍ରୀଙ୍କ ଆଖି ନଷ୍ଟ କରିଦେଲେ ଶିକ୍ଷୟିତ୍ରୀ

ଭୁବନେଶ୍ଵର: ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟତ୍ରୀ । ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ଅଞ୍ଚଳ ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ । ପରିବାର ଲୋକଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି । ସୂଚନା ଅନୁସାରେ, ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଜଣେ…

ଭୁବନେଶ୍ଵର: ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ ଶିକ୍ଷୟତ୍ରୀ । ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ଅଞ୍ଚଳ ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ । ପରିବାର ଲୋକଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି ।

ସୂଚନା ଅନୁସାରେ, ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଗଣିତ ନ ଆସିବାରୁ ମାଡ଼ ମାରି ଶିକ୍ଷୟିତ୍ରୀ ଆଖି ଫଟେଇ ଦେଇଥିବା ନେଇ ଅଭିଯୋଗ ହୋଇଛି । ୯ ବର୍ଷର ଝିଅକୁ ଏକ ସ୍ୱତନ୍ତ୍ର ଆଖି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷୟିତ୍ରୀ । କହିଛନ୍ତି ଘଟଣା ପାଇଁ ସେ ଦୁଃଖିତ ।

Leave a Reply

Your email address will not be published. Required fields are marked *