ଟାରିଫ ବିବାଦ ଭିତରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ, ମୋଦିଙ୍କୁ ପ୍ରଶଂସା କରି କହିଲେ…

ନୂଆଦିଲ୍ଲୀ: ଟାରିଫ୍‌କୁ ନେଇ ତିକ୍ତତା ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ । ବଦଳିଲା ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ଆମେରିକାର ସ୍ଵର । ଟ୍ରମ୍ପଙ୍କର ଏକ ସୋସିଆଲ୍ ମିଡିଆରେ ପୋଷ୍ଟରେ ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ କି, ଭାରତ ସହ ସମ୍ପର୍କ ପୁଣି ମଜଭୁତ କରିବାକୁ ଆମେରିକା ପ୍ରସ୍ତୁତ ଅଛି କି? ଆଉ ଏହି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ମୁଁ ସବୁବେଳେ ପ୍ରସ୍ତୁତ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୂଆଦିଲ୍ଲୀ: ଟାରିଫ୍‌କୁ ନେଇ ତିକ୍ତତା ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ । ବଦଳିଲା ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ଆମେରିକାର ସ୍ଵର । ଟ୍ରମ୍ପଙ୍କର ଏକ ସୋସିଆଲ୍ ମିଡିଆରେ ପୋଷ୍ଟରେ ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ କି, ଭାରତ ସହ ସମ୍ପର୍କ ପୁଣି ମଜଭୁତ କରିବାକୁ ଆମେରିକା ପ୍ରସ୍ତୁତ ଅଛି କି? ଆଉ ଏହି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ମୁଁ ସବୁବେଳେ ପ୍ରସ୍ତୁତ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଭଲ ବନ୍ଧୁ । ସେ ଜଣେ ମହାନ ପ୍ରଧାନମନ୍ତ୍ରୀ ।

ବାସ୍ତବରେ ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଟ୍ରମ୍ପ ଲେଖିଛନ୍ତି, ‘ଲାଗୁଛି ଭାରତ ଏବଂ ଋଷକୁ ଆମେ ଚୀନ ହାତରେ ଟେକି ଦେଇଛୁ ।’ ଯେତେବେଳେ ଟ୍ରମ୍ପଙ୍କୁ ପଚରାଗଲା ଯେ ଆମେରିକା ଭାରତକୁ ଚୀନ୍ ପାଖରେ କାହିଁକି ହରାଇଲା? ଟ୍ରମ୍ପ କହିଥିଲେ, “ମୁଁ ଭାବୁନାହିଁ ଯେ ଆମେ ଭାରତକୁ ହରାଇଛୁ । କିନ୍ତୁ ମୁଁ ବହୁତ ନିରାଶ ଯେ ଭାରତ ରୁଷଠାରୁ ଏତେ ତେଲ କିଣୁଛି । ମୁଁ ଏହା ଭାରତକୁ ମଧ୍ୟ କହିଥିଲି। ଏହା ପରେ, ଆମେ ଭାରତ ଉପରେ ଏକ ବହୁତ ବଡ଼ ଶୁଳ୍କ ଲାଗୁ କରିଥିଲୁ, ୫୦ ପ୍ରତିଶତ ଯାହା ବହୁତ ବଡ଼। ଏହାର ଠିକ୍ କିଛି ଘଣ୍ଟା ପରେ ସମାଲୋଚନା ମଧ୍ୟରେ, ଟ୍ରମ୍ମ କରିଛନ୍ତି ୟୁ-ଟର୍ଣ୍ଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ସେ କହିଥିଲେ, ମୋଦୀ ଜୀ ଜଣେ ଭଲ ପ୍ରଧାନମନ୍ତ୍ରୀ । ତାଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଅଛି। ସେ ଜଣେ ମହାନ ବ୍ୟକ୍ତି। ଏହି ସମୟରେ ମୁଁ ତାଙ୍କର କିଛି ଜିନିଷ ପସନ୍ଦ କରୁନାହିଁ, କିନ୍ତୁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ମଜବୁତ ଏବଂ ସ୍ୱତନ୍ତ୍ର। ଚିନ୍ତା କରିବାର କିଛି ନାହିଁ। 

Leave a Reply

Your email address will not be published. Required fields are marked *