ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଛାତ୍ରନେତା ହରିଶଙ୍କର ରାଉତ । ଦଳ ଛାଡ଼ିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କଲେ । ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ବଡ ଅଭିଯୋଗ ଆଣିଛନ୍ତି ହରିଶଙ୍କର । ସେ କହିଛନ୍ତି, ଏବେବି ପାଣ୍ଡିଆନ ବିଜେଡିକୁ କବ୍ଜା କରି ରଖିଛନ୍ତି । ଅଣଓଡ଼ିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି ଆଉ ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି ।
ହରିଶଙ୍କର ଆହୁରି କହିଛନ୍ତି ଯେ, ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏ ସ୍ଥିତି । ଯାହାର ଜବାବ୍ ଲୋକେ ନିର୍ବାଚନରେ ଦେଇଛନ୍ତି । ଏହା ସତ୍ତ୍ବେ ବି ନବୀନଙ୍କ ପାଣ୍ଡିଆନ ପ୍ରୀତି ଯାଇନି । ବିଜେଡିରେ କୋଟେରୀ ଗ୍ରୁପ୍ କାମ କରୁଛି ଯେଉଁଥିରେ କିଛି ବରିଷ୍ଠ ନେତା ଅଛନ୍ତି । ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ଏଥିରେ ସାମିଲ୍ ଅଛନ୍ତି । ଏସବୁ ନେତା ପାଣ୍ଡିଆନଙ୍କ ଚାମଚା ସାଜିଛନ୍ତି ବୋଲି କହିଛନ୍ତି ହରିଶଙ୍କର । ବିଜେଡିରେ ଏବେବି ସବୁ ନିଷ୍ପତ୍ତି ପାଣ୍ଡିଆନ ନେଉଛନ୍ତି । ୨୦ ବର୍ଷ ଦଳ ପାଇଁ କାମ କରିଛି କିଛି ମିଳିଲାନି । ଯେଉଁମାନେ ପାଣ୍ଡିଆନଙ୍କ ଗୁଣଗାନ କରିବେ ତାଙ୍କୁ ପଦବୀ ମିଳିବ ବୋଲି କହି ଅସନ୍ତୋଷ ଝାଡିଛନ୍ତି ହରିଶଙ୍କର ।
