ଏସିଆ କପରେ ଭାରତର ଦମଦାର ବିଜୟ, ପଡିଆରେ ପହଲଗାମର ପ୍ରତିଶୋଧ ନେଲା ଦଳ

ନୂଆଦିଲ୍ଲୀ: ଏସିଆ କପରେ ଭାରତର ଦମଦାର ବିଜୟ । ପରକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ । ୧୨୮ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୩ ଓ୍ବିକେଟ ହରାଇ ୧୩୧ ରନ୍ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୧, ଶୁବମନ ଗିଲ୍ ୧୦, ତିଲକ ବର୍ମା ୩୧ ରନ୍ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ୪୭ ରନ୍ ଏବଂ ଏସ ଦୁବେ…

ନୂଆଦିଲ୍ଲୀ: ଏସିଆ କପରେ ଭାରତର ଦମଦାର ବିଜୟ । ପରକିସ୍ତାନକୁ ୭ ଓ୍ବିକେଟରେ ହରାଇଲା ଭାରତ । ୧୨୮ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୩ ଓ୍ବିକେଟ ହରାଇ ୧୩୧ ରନ୍ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୧, ଶୁବମନ ଗିଲ୍ ୧୦, ତିଲକ ବର୍ମା ୩୧ ରନ୍ କରି ଆଉଟ୍ ହୋଇଥିଲେ । ସୂର୍ଯ୍ୟକୁମାର ୪୭ ରନ୍ ଏବଂ ଏସ ଦୁବେ ୧୦ ରନ୍ କରି ଭାରତକୁ ବିଜୟୀ କରାଇଥିଲେ । ପାକିସ୍ତାନ ପକ୍ଷରୁ ଏସ ଆୟୁବ ୩ଟି ଓ୍ବିକେଟ ନେଇଥିଲେ ।

ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ପ୍ରଥମ ଓଭରରେ ହିଁ ସଇମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ପାଣ୍ଡ୍ୟାଙ୍କ ବଲକୁ ଖେଳିବାକୁ ଯାଇ ଆୟୁବ ବୁମରାଙ୍କ ହାତରେ ଧରା ପଡ଼ିଥିଲେ। ସେହିପରି ୨ୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଣ୍ଡ୍ୟାଙ୍କ ହାତରେ ଧରାପଡ଼ିଥିଲେ। ସେ ମାତ୍ର ୩ ରନ କରିଥିଲେ । ଏହିପରିଭାବେ ମାତ୍ର ୬ ରନରେ ପାକିସ୍ତାନ ୨ଟି ୱିକେଟ୍‌ ହରାଇଥିଲା । ଏହି ଦୁଇ ବୋଲରଙ୍କ ପରେ ଅକ୍ଷର ପଟେଲ ଓ କୂଳଦୀପ ଯାଦବ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହନ ୪୦ ରନ କରିଥିବାବେଳେ ଶାହିନ ଆଫ୍ରିଦି ୩୩ ରନ କରିଥିଲେ । କୂଳଦୀପ ଯାଦବ ୩ଟି ୱିକେଟ୍‌ ନେଇଥିବାବେଳେ ବୁମରା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସେହିପରି ବରୁଣ ଚକ୍ରବର୍ତ୍ତି ଓ ପାଣ୍ଡ୍ୟା ୧ଟି ଲେଖାଏଁ ୱିକେଟ୍‌ ନେଇଥିଲେ। 

କୁଲଦୀପ ଯାଦବ ବୋଲିଂରେ ୩ ୱିକେଟ୍ ନେଇଥିଲେ ଏବଂ ଅଭିଷେକ ଶର୍ମା ବ୍ୟାଟିଂରେ ଭାରତକୁ ଏକ ମହାନ ଆରମ୍ଭ ଦେଇଥିଲେ। ୧୨୮ ରନର ଟାର୍ଗେଟ ପିଛା କରୁଥିବା ଟିମ୍ ଇଣ୍ଡିଆକୁ ଅଭିଷେକ ଶର୍ମା ଏକ ଝଡ଼ମୟ ଆରମ୍ଭ ଦେଇଥିଲେ। ଅଭିଷେକଙ୍କ ଦ୍ରୁତ ସଟ୍ ଯୋଗୁଁ ଭାରତ ଚତୁର୍ଥ ଓଭରରେ ହିଁ ୪୦ ରନ ପାର କରିଥିଲା। ସେହି ଓଭରରେ, ଅଭିଷେକ ୧୩ ବଲ୍ ରେ ୩୩ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ୍ ବିଶେଷ କିଛି କରିପାରି ନଥିଲେ। ୧୦ ରନ ସ୍କୋରରେ ସାମ୍ ଆୟୁବଙ୍କ ବଲ୍ ରେ ସେ ଷ୍ଟମ୍ପ ଆଉଟ ହୋଇଥିଲେ ।ଏହାପରେ ଅଧିନାୟକ ସୂର୍ଯ୍ୟକୁମାର, ତିଲକ୍ ବର୍ମାଙ୍କ ସହିତ ନେତୃତ୍ୱ ନେଇଥିଲେ। ଦୁଇ ବ୍ୟାଟସମ୍ୟାନଙ୍କ ମଧ୍ୟରେ ତୃତୀୟ ୱିକେଟ ପାଇଁ ୫୬ ରନ୍ ର ଭାଗୀଦାରି ହୋଇଥିଲା । ୩୧ ରନ୍ କରିବା ପରେ ତିଲକ ଆଉଟ୍ ହୋଇଥିଲେ। ତା’ପରେ ଶିବମ ଦୁବେ ଏବଂ ସୂର୍ଯ୍ୟକୁମାର ମିଶି ଭାରତ ପାଇଁ ବିଜୟର ଔପଚାରିକତା ପୂରଣ କରିଥିଲେ। ଭାରତ ପାଇଁ ସୂର୍ଯ୍ୟକୁମାର ୪୭ ରନ୍ କରିବା ପରେ ଅପରାଜିତ ଫେରିଥିଲେ, ଯେତେବେଳେ ଦୁବେ ୧୦ ରନ୍ କରିବା ପରେ ଅପରାଜିତ ରହିଥିଲେ। 

Leave a Reply

Your email address will not be published. Required fields are marked *