ବିଧାନସଭାର ମୌସୁମୀ ଅଧିବେଶନ: ଆସନ୍ତାକାଲି ଶାସକ-ବିରୋଧି ବୈଠକ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ଵର: ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଥିବାରୁ ଆସନ୍ତାକାଲି ପୃଥକ ସ୍ଥାନରେ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ବୈଠକ ବସିବ । ସରକାରଙ୍କୁ ଶାଣିତ ଆକ୍ରମଣ କରିବାକୁ ଯୋଜନା କରିବେ ଉଭୟ ବିଜେଡି ଓ କଂଗ୍ରେସ । ୧୭ରେ କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ବସିବ ବୈଠକ ।…

ଭୁବନେଶ୍ଵର: ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଥିବାରୁ ଆସନ୍ତାକାଲି ପୃଥକ ସ୍ଥାନରେ ଶାସକ ଓ ବିରୋଧୀ ଦଳ ବିଧାୟକଙ୍କ ବୈଠକ ବସିବ । ସରକାରଙ୍କୁ ଶାଣିତ ଆକ୍ରମଣ କରିବାକୁ ଯୋଜନା କରିବେ ଉଭୟ ବିଜେଡି ଓ କଂଗ୍ରେସ । ୧୭ରେ କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିବ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ବସିବ ବୈଠକ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବୈଠକ । ସେହିପରି ୧୭ ତାରିଖରେ ବିଜେପି ବିଧାୟକମାନଙ୍କ ବୈଠକ ବସିବା ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଉପସ୍ଥିତ ରହିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । BJP ସା. ସମ୍ପାଦକ (ସଂଗଠନ) ମାନସ ମହାନ୍ତି ମଧ୍ୟ ଉପସ୍ଥିତ ରହିବେ ।

ଅନ୍ୟପଟେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ଡାକିଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ । ବିଧାନସଭାକୁ ସୁରୁଖୁରରେ ଚଲାଇବା ପାଇଁ ବୈଠକ ଡାକିଛନ୍ତି ବାଚସ୍ପତି । ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଏଥର ବିଧାନସଭା ମୌସୁମୀ ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିଛି ।

Leave a Reply

Your email address will not be published. Required fields are marked *