ଭୁବନେଶ୍ଵର: ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲା, ପୌରସଂସ୍ଥାରେ ଆୟୋଜନ ହେବ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ମେଳା। ଏନେଇ ସବୁ ଜିଲ୍ଲପାଳଙ୍କୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଚିଠି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ୧୭ ତାରିଖରୁ ୨ଟି ପର୍ଯ୍ୟାୟରେ ଚାଲିବ । ସେପ୍ଟେମ୍ବର ୧୭ରୁ ଦୁଇଟି ପର୍ଯ୍ୟାୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ ଏହି ଆବାସ ମେଳା । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୬ ଯାଏଁ ୱାର୍ଡ ସ୍ତରୀୟ ଶିବିର ଆୟୋଜନ ହେବ । ଅକ୍ଟୋବର ୧୬ରୁ ୩୧ ଯାଏଁ ପ୍ରତ୍ୟେକ ଜିଲ୍ଲାରେ ହେବ PM ଆବାସ ମେଳା ।
