କିଲର୍‌ ଦୀପକ ରାଉତଙ୍କ ନାଁରେ ନୂଆ ମାମଲା ଦାୟର, ଅଭିଯୋଗ କଲେ ଅପର୍ଣ୍ଣାଙ୍କ ଭଉଣୀ

ଆଠଗଡ଼: ଧିରେ ଧିରେ ଖୋଲୁଛି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ଦୀପକ ରାଉତ ବିରୋଧରେ ଲାଗିଲା ହତ୍ୟା ମାମଲା । ଖୁଣ୍ଟୁଣି ଥାନା ପୋଲିସ ଦୀପକ ରାଉତ ବିରୋଧରେ ହତ୍ୟା ଦଫା ଲଗାଇଛି । ୪୯୮ ଏ, ୩୦୨, ୨୦୧, ୩୪ ଆଇପିସି ଭଳି ସଙ୍ଗୀନ ଦଫା ଲାଗିଛି ଦୀପକ ବିରୋଧରେ । ପ୍ରଥମ ପତ୍ନୀ ମୃତ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ ରାଉତ କଟକ ଖୁଣ୍ଟୁଣି ଥାନା ଯାଇ…

ଆଠଗଡ଼: ଧିରେ ଧିରେ ଖୋଲୁଛି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ଦୀପକ ରାଉତ ବିରୋଧରେ ଲାଗିଲା ହତ୍ୟା ମାମଲା । ଖୁଣ୍ଟୁଣି ଥାନା ପୋଲିସ ଦୀପକ ରାଉତ ବିରୋଧରେ ହତ୍ୟା ଦଫା ଲଗାଇଛି । ୪୯୮ ଏ, ୩୦୨, ୨୦୧, ୩୪ ଆଇପିସି ଭଳି ସଙ୍ଗୀନ ଦଫା ଲାଗିଛି ଦୀପକ ବିରୋଧରେ । ପ୍ରଥମ ପତ୍ନୀ ମୃତ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ ରାଉତ କଟକ ଖୁଣ୍ଟୁଣି ଥାନା ଯାଇ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନଙ୍କୁ ନେଇ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଛି । ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଖୁଣ୍ଟୁଣି ଥାନା ରାଧାକିଶୋରପୁର ନିକଟରେ ଦୁର୍ଘଟଣାରେ ଦୀପକ ରାଉତର ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା । ସେତେବେଳ ଦୀପକ ଖୁଣ୍ଟୁଣି ଥାନାରେ ଦେଇଥିଲେ ଏତଲା । ସେତେବେଳର ଅଭିଯୋଗକୁ ପୁନର୍ବିଚାର କରିବାକୁ ମୃତ ଅପର୍ଣ୍ଣାଙ୍କ ପରିବାର ଲୋକେ ନିବେଦନ କରିଛନ୍ତି। 

ସେପଟେ ପ୍ରଥମ ସ୍ତ୍ରୀର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। କମିଶନରେଟ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ। କ୍ୟାପିଟାଲ ଥାନା ପୋଲିସ, ଖୁଣ୍ଟୁଣି ଥାନା ପୋଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର ହେବ ଖୋଳତାଡ଼। ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରାଙ୍କ ନିଖୋଜ, ୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା ଓ ଦୀପକଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହେବ ଉଚ୍ଚସ୍ତରୀୟ ତଦନ୍ତ। CAW ଆଣ୍ଡ CW କେସକୁ ମନିଟର କରିବ।

Leave a Reply

Your email address will not be published. Required fields are marked *