ଭୁବନେଶ୍ଵର: ବିଧାନସଭାରେ ସାର ତାତି। ସାର ସମସ୍ୟା ନେଇ ଆଲୋଚନା ଦାବିରେ ଗୃହରେ ବିଜେଡିର ପ୍ରତିବାଦ । ଗୃହର ମଧ୍ୟ ଭାଗରେ ବିଜେଡିର ପ୍ରତିବାଦ । ସୋମବାର ଯାଏଁ ଗୃହ ମୁଲତବି । ଅଧିବେଶନ ଆରମ୍ଭରେ ଦିବଂଗତ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଶୋକ ପ୍ରସ୍ତାବ ଆଗତ ପରେ ଗୃହରେ ହଟ୍ଟଗୋଳ ହୋଇଥିଲା। ପରେ ଆରମ୍ଭ ହୋଇଥିଲା ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ରାଜ୍ୟରେ ସାର ସଙ୍କଟ ପ୍ରସଙ୍ଗରେ ବିଜେଡି ସଦସ୍ୟ ଗୃହରେ ହୋହଲ୍ଲା ଓ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ହୋହଲ୍ଲା ସହ ନାରାବାଜି କରିଥିଲେ ବିରୋଧୀ ସଦସ୍ୟ । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଶେଷରେ ବାଚସ୍ପତି ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ ।
