ପୁରୀ: ଆଜି ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ଏଥିପାଇଁ ପୂର୍ବାହ୍ନ ୧୦ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ପ୍ରଥମେ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଥିବା ବେଳେ ରତ୍ନଭଣ୍ଡାର ସ୍ଥାନାନ୍ତର ସମାପନ ପରେ କଟକଣା ପ୍ରତ୍ୟାହାର ହେବ । ତେବେ ଇଚ୍ଛୁକ ଭକ୍ତମାନେ ଆନନ୍ଦବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ ।
ତେବେ ଆଜି ଦିନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବ । ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ । ଏହି ସମୟ ପରଠାରୁ ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ । ମହାପ୍ରଭୁଙ୍କ ନୀତିକାନ୍ତି ପରିଚାଳନାରେ କୌଣସି ପ୍ରଭାବ ପଡ଼ିବନାହିଁ । ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାର ଯାଇ ମହାପ୍ରସାଦ ନେଇପାରିବେ । ରତ୍ନ ସ୍ଥାନାନ୍ତର କାର୍ଯ୍ୟ ଶେଷ ପରେ କଟକଣା ପ୍ରତ୍ୟାହାର ହେବ । ଶ୍ରଦ୍ଧାଳୁମାନଙ୍କ ଶ୍ରୀଜିଉ ଦର୍ଶନ ସ୍ୱାଭାବିକ ହେବ । ମହାପ୍ରଭୁଙ୍କ ସେବାରେ କରାଯାଉଥିବା ଏହି ଦର୍ଶନ କଟକଣାକୁ ମାନିବା ଓ ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର କରିବା ବ୍ୟବସ୍ଥାବଳୀକୁ ପାଳନ କରିବାରେ ଭକ୍ତମାନେ ସହଯୋଗ କରନ୍ତୁ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିବେଦନ କରିଛି । ତେବେ ଯଦି ସ୍ଥାନାନ୍ତର ପ୍ରକ୍ରିୟା ଆଜି ନ ସରେ ତେବେ ୨୪ ତାରିଖରେ ବାକି ସମସ୍ତ ରତ୍ନ ସ୍ଥାନାନ୍ତର ହେବ ।
