ଭୂବନେଶ୍ଵର: ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀଙ୍କ ପରଲୋକ । ପୂର୍ବତନ ଅନ୍ତର୍ଜାତୀୟ ଭାରୋତ୍ତୋଳକ ବିଜୟ କୁମାର ଶତପଥୀ । ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ସୂଚନା । ୧୯୮୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ ବିଜୟ । ଜଣେ ଓଡ଼ିଆ ଭାରୋତ୍ତଳକ ଅଟନ୍ତି ବିଜୟ କୁମାର ଶତପଥୀ । କୌଣସି ଆନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତାରେ ପଦକ ଜିତିବାରେ ସେ ଥିଲେ ପ୍ରଥମ ଓଡ଼ିଆ ଖେଳାଳି ।
ବିଜୟ କୁମାର, ସ୍କୁଲରେ ପଢିବାବେଳୁ କ୍ରୀଡ଼ାପ୍ରତି ଆକର୍ଷିତ ଥିଲେ । ୧୯୬୯ମସିହାରୁ ସେ ଭାରୋତ୍ତଳନ ଆରମ୍ଭ କରିଥିଲେ । ୫୬କିଲୋ ଓଜନ ବର୍ଗରେ ସେ ପ୍ରତିଦ୍ୱନ୍ଦିତା କରୁଥିଲେ । ବ୍ରହ୍ମପୁରର “ବୀର ହନୁମାନ” କ୍ଲବରେ ସେ ଅଭ୍ୟାସ କରୁଥିଲେ । ବୃତ୍ତିଗତ ଜୀବନରେ ସେ ପ୍ରଥମେ ଭାରତୀୟ ନୌସେନା (୧୯୭୪ରେ ଯୋଗଦାନ) ଓ ପରେ ଭାରତୀୟ ରେଳରେ ଚାକିରି କରୁଥିଲେ । ୨୦୧୦ମସିହାରେ ସେ ଭାରତୀୟ ରେଳରୁ ସ୍ୱେଚ୍ଛାକୃତ ଅବସର ନେଇ, ଭାରୋତ୍ତଳନରେ ଅନ୍ୟମାନଙ୍କୁ ଶିକ୍ଷାଦାନ କରୁଛନ୍ତି ।
ଶ୍ରୀ ଶତପଥୀ ୧୯୭୭-୭୮ ରୁ ଓ ୧୯୮୨-୮୩ ପର୍ଯ୍ୟନ୍ତ ଭାରୋତ୍ତଳନରେ ପାଞ୍ଚ ଥର ଜାତୀୟ ଚାମ୍ପିଅନ ଏବଂ ଭାରତୀୟ ନୌସେନା ଏବଂ ଭାରତୀୟ ରେଳବାଇର ପ୍ରତିନିଧିତ୍ୱ କରିଥିଲେ। ସେ ୧୯୮୧ ମିନି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ପରେ ୧୯୮୨ ବ୍ରିସବେନରେ ମୁଖ୍ୟ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ସେ ୧୯୮୧ ଏବଂ ୧୯୮୩ ଏସୀୟ ଭାରୋତ୍ତଳନ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିଥିଲେ। ୧୯୯୦ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ୧୯୮୨ ପାକିସ୍ତାନ ଜାତୀୟ କ୍ରୀଡାରେ ପେସାୱରଠାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
