ନବରାତ୍ରର ତୃତୀୟ ଦିନ, ଦର୍ଶନ ଦେଉଛନ୍ତି ମା’ ଚନ୍ଦ୍ରଘଣ୍ଟା

ଭୁବନେଶ୍ଵର: ଧରାପୃଷ୍ଠରେ ବିରାଜିବେ ମା ଜଗତଜନନୀ ଦୁର୍ଗା । ମାଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର । ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ ପୂଜା । ନବରାତ୍ରି ହେଉଛି ମାଆଙ୍କ ଉପାସନାର ପର୍ବ । ଏହି ନବଦିନାତ୍ମକ ପୂଜାରେ ନଅ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବେ ଆଦିଶକ୍ତି ମାଆ ଦୁର୍ଗା । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା…

ଭୁବନେଶ୍ଵର: ଧରାପୃଷ୍ଠରେ ବିରାଜିବେ ମା ଜଗତଜନନୀ ଦୁର୍ଗା । ମାଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର । ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ ପୂଜା । ନବରାତ୍ରି ହେଉଛି ମାଆଙ୍କ ଉପାସନାର ପର୍ବ । ଏହି ନବଦିନାତ୍ମକ ପୂଜାରେ ନଅ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବେ ଆଦିଶକ୍ତି ମାଆ ଦୁର୍ଗା । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ନଅ ଦିନରେ ମା ଜଗତଜନନୀ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।

ଆଜି ନବରାତ୍ରୀର ତୃତୀୟ ଦିନ । ଏହି ଦିନ ମା’ ଚନ୍ଦ୍ରଘଣ୍ଟାଙ୍କ ରୂପରେ ପୂଜା ପାଉଛନ୍ତି । ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଉଛି । ଦେବୀ ଚନ୍ଦ୍ରଘଣ୍ଟାଙ୍କ ବାହାନ ହେଉଛନ୍ତି ସିଂହ । ଦେବୀ ଦଶଭୁଜା ଏବଂ ତ୍ରିନେତ୍ରୀ । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି । ମାଙ୍କୁ ଦର୍ଶନ କରିବା ଦ୍ୱାରା ବିଭିନ୍ନ କଲ୍ୟାଣ ହେବା ସହ ପାପରୁ ମୁକ୍ତି ମିଳେ । ମା’ଙ୍କୁ ପୂଜିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ । ଦେବୀଙ୍କ ପ୍ରଚଣ୍ଡ ଧ୍ୱନୀରେ ଭୟାନକ ରାକ୍ଷକ ବି ଭୟ କରନ୍ତି । ତୃତୀୟ ଦିନରେ ଭୟରୁ ମୁକ୍ତି ଏବଂ ଅପାର ସାହାସ ପ୍ରାପ୍ତ ହୋଇଥାଏ ।

ମା’ ଚନ୍ଦ୍ରଘଣ୍ଟା ସାଧନାରେ ମଣିପୁର ଚକ୍ରକୁ ନିୟନ୍ତ୍ରିତ କରିଥାନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହ ସହ ତାଙ୍କର ସମ୍ବନ୍ଧ ରହିଛି । ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରିବା ଦ୍ୱାରା ପରିବାରର କଲ୍ୟାଣ ହୋଇଥାଏ । ସେଥିପାଇଁ ଲାଲ ରଙ୍ଗର ଫୁଲ, ଲାଲ ଫଳ ଏବଂ ଗୁଡ ଚଢାଇବା ସହ ଘଣ୍ଟ ବଜାଇ ପୂଜା କଲେ ଦେବୀ ସନ୍ତୁଷ୍ଟ ହୋଇଥାନ୍ତି । ଚନ୍ଦ୍ରଘଣ୍ଟା ହେଉଛି ମାତା ପାର୍ବତୀ ଙ୍କର ଶିବଙ୍କୁ ବିବାହ କରିବା ସମୟର ନବବଧୂ ରୂପ । ମନର ଅଧିପତି ହେଉଛନ୍ତି ଚନ୍ଦ୍ର। ମନକୁ ନିଜ ବଶରେ ରଖିବାକୁ ଦୂର୍ଗାଙ୍କର ଏହି ରୂପର ଆରାଧନା କରା ଯାଇଥାଏ । ମହିଷାସୁରର ଆତଙ୍କରେ ଅତିଷ୍ଠ ହୋଇ ସେଥିରୁ ମୁକ୍ତି ପାଇବା ପାଇଁ ସବୁ ଦେବାଦେବୀ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କ ନିକଟରେ ଉପସ୍ଥିତ ହେଲେ।

ତ୍ରିଦେବଙ୍କ କ୍ରୋଧ ହେତୁ ତିନିଜଣଙ୍କ ପାଟିରୁ ବାହାରିଥିବା ଶକ୍ତି ଦ୍ବାରାରୁ ଜଣେ ଦେବୀ ଜନ୍ମିଥିଲେ। ଯାହାଙ୍କୁ ଭଗବାନ ଶଙ୍କର ତାଙ୍କ ତ୍ରିଶୁଳ ଦେଇଥିଲେ ଏବଂ ଭଗବାନ ବିଷ୍ଣୁ ଚକ୍ର ପ୍ରଦାନ କରିଥିଲେ। ସେହିଭଳି ଅନ୍ୟ ଦେବତା ଏବଂ ଦେବୀମାନେ ମଧ୍ୟ ଅସ୍ତ୍ରଶସ୍ତ୍ର ମାନ ମାତାଙ୍କ ହାତରେ ଦେଇଥିଲେ। ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ। ସୂର୍ଯ୍ୟ ନିଜର ତୀକ୍ଷ୍ଣ ଶକ୍ତି ଓ ଖଣ୍ଡା ଦେଲେ, ଯାତ୍ରା ପାଇଁ ସିଂହ ବାହାନ ରୂପେ ପ୍ରଦାନ କଲେ । ଏହା ପରେ ମାତା ଚନ୍ଦ୍ରଘଣ୍ଟା ମହିଷାସୁର ପାଖରେ ପହଞ୍ଚିଥିଲେ । ଏହା ପରେ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା। ମାତା ଚନ୍ଦ୍ରଘଣ୍ଟା ମହିଷାସୁରଙ୍କୁ ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *