ଭୁବନେଶ୍ଵର: ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଆହ୍ବାନ । ନବୀନ ପଟ୍ଟନାୟକଙ୍କ ବିନା ଏବେ ନେତ୍ରୀ ହୋଇ ପ୍ରମାଣିତ କରନ୍ତୁ୍ ବୋଲି ସିଧାସଳଖ ଆହ୍ଵାନ ଦେଇଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । ମନ୍ମଥ ଆହୁରି କହିଛନ୍ତି, ଏଭଳି ନେତା ବିଜେଡି ପାଇଁ ନିର୍ବାଚନରେ ବୀଭିଷଣ ହୋଇଥିଲେ । ଶଙ୍ଖଭବନରେ ଆପତ୍ତିଜନକ ଆଚରଣ ସିସିଟିଭିରେ କଏଦ ହୋଇଛି । ଦଳ ତାଙ୍କୁ ସସ୍ପେଣ୍ଡ୍ କରି ଯଥାର୍ଥ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ମନ୍ମଥ ।
ସେପଟେ ବିଗତ ଦିନରେ ଦଳ ବିରୋଧୀ କାମ କରିଥିବାରୁ ନିଲମ୍ବନ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲା ବିଜେଡି । ବିଜେଡି କହିଛି, ଦଳରେ ରହିବାକୁ ହେଲେ ଦଳର ନୀତି ଆଦର୍ଶ, ଶୃଙ୍ଖଳା ମାନି ଚାଲିବାକୁ ପଡ଼େ । ଯେଉଁମାନେ ମାନନ୍ତିନାହିଁ ତାଙ୍କୁ ଦଳରୁ ବିଦା କରିବା ଦାୟିତ୍ୱ ବି ନବୀନ ପଟ୍ଟନାୟକଙ୍କ । ସୋସିଆଲ ମିଡିଆରେ ସେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ଓ ଭିକ୍ଟିମ କାର୍ଡ ଖେଳୁଛନ୍ତି ଶ୍ରୀମୟୀ । ବିଗତ ଗୋଟିଏ ବର୍ଷରେ ଶଙ୍ଖ ଭବନ କାର୍ଯ୍ୟକ୍ରମ ହେଉ ଅବା ନବୀନ ନିବାସ, ଜନ ସମ୍ପର୍କ ପଦଯାତ୍ରା, ରାଜଭବନ ଆଗରେ ପ୍ରତିବାଦ ବେଳେ ବି ସେ ଉପସ୍ଥିତ ରହିଛନ୍ତି । ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ବୋଲି କହିଛି ବିଜେଡେ ।
ଯେତେବେଳେ ଯାହା ଦଳର ପଦ, ପଦବୀ ଦିଆଗଲା ସେଥିରେ ତାଙ୍କ ନାଁ ରହିଥିଲା । ମୁଖପାତ୍ର ପଦବୀ ହେଉ କି ଜେନେରାଲ ସେକ୍ରେଟାରି ଭାବେ ତାଙ୍କ ନାଁ ଘୋଷଣା କରାଯାଇଥିଲା । ପ୍ରତି ପଦ, ପଦବୀ ସେ ଗ୍ରହଣ କରିଛନ୍ତି । କେବେ ମନା କରିନାହାନ୍ତି । ଅଗଷ୍ଟ ମାସରେ ମହିଳା ୱେଲଫେୟାର କମିଟି ମେମ୍ବର ଘୋଷଣା କଲେ ତାକୁ ସେ ଗ୍ରହଣ କରିଥିଲେ । ଯଦି ସେ ଦଳର ସଦସ୍ୟ ନଥିଲେ ଏସବୁକୁ କିଭଳି ଗ୍ରହଣ କଲେ ବୋଲି ବିଜେଡି ପ୍ରଶ୍ନ କରିଛି ।
