ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆଧୁନିତାର ଇତିହାସରେ ଭାରତ ଆଉ ଏକ ଇତିହାସ ରଚିଛି । ଜଳ, ସ୍ଥଳ ଓ ଆକାଶ ପରେ ପ୍ରଥମ ଥର ଲାଗି ଟ୍ରେନରୁ ଲଞ୍ଚ ହେଲା ଅଗ୍ନି ମିସାଇଲ୍‍ । ଡିଆରଡିଓ ପକ୍ଷରୁ ଏହି ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ହୋଇଥିବା ଅଗ୍ନି ପ୍ରାଇମ୍‍ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ରହିଛି ୨ହଜାର କିଲୋମିଟର  । ଏହାର ଅର୍ଥ ହେଉଛି ଭାରତକୁ ଆଉ ଶ୍ରୀହରିକୋଟା ଭଳି ଲଞ୍ଚର୍‍ ମିସାଇଲ୍‍ ଲଞ୍ଚର…

ନୂଆଦିଲ୍ଲୀ: ଆଧୁନିତାର ଇତିହାସରେ ଭାରତ ଆଉ ଏକ ଇତିହାସ ରଚିଛି । ଜଳ, ସ୍ଥଳ ଓ ଆକାଶ ପରେ ପ୍ରଥମ ଥର ଲାଗି ଟ୍ରେନରୁ ଲଞ୍ଚ ହେଲା ଅଗ୍ନି ମିସାଇଲ୍‍ । ଡିଆରଡିଓ ପକ୍ଷରୁ ଏହି ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ହୋଇଥିବା ଅଗ୍ନି ପ୍ରାଇମ୍‍ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ରହିଛି ୨ହଜାର କିଲୋମିଟର  । ଏହାର ଅର୍ଥ ହେଉଛି ଭାରତକୁ ଆଉ ଶ୍ରୀହରିକୋଟା ଭଳି ଲଞ୍ଚର୍‍ ମିସାଇଲ୍‍ ଲଞ୍ଚର ଆବଶ୍ୟକ ହେବ ନାହିଁ । ଏହି ମିସାଇଲକୁ ଚଳନ୍ତା ଟ୍ରେନରେ ଯେକୌଣସି ସ୍ଥାନରୁ ଲଞ୍ଚ କରାଯାଇପାରିବ । ଅଗ୍ନି ପ୍ରାଇମ୍‍ ମିସାଇଲ୍‍ ଏକ ପରବର୍ତ୍ତୀ ପୀଢିର ମିସାଇଲ୍‍ । ଡିଆରଡିଓ ଏହାକୁ ଓଡ଼ିଶାର ଚାନ୍ଦିପୁରରୁ ଏକ ରେଳ ମୋବାଇଲ୍ ଲଞ୍ଚରରୁ ଲଞ୍ଚ କରିଛି ।

ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ X ହ୍ୟାଣ୍ଡେଲରେ କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ ସୂଚନା ଦେଇଛନ୍ତି ଏବଂ ପରୀକ୍ଷଣର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ରାଜନାଥ ସିଂହ ଏକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, “ଏହି କ୍ଷେପଣାସ୍ତ୍ରଟି ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ଫିଚର ସହିତ ସଜ୍ଜିତ । ଏହାକୁ ସ୍ବତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ରେଳ-ଆଧାରିତ ମୋବାଇଲ୍ ଲଞ୍ଚରରୁ ଆଜି ଉତକ୍ଷେପଣ କରାଯାଇଛି । ଏହା ଏପରି ଏକ ପ୍ରକାରର ଉତକ୍ଷେପଣ, ଯାହା କୌଣସି ପୂର୍ବ ସର୍ତ୍ତ ବିନା ରେଳ ନେଟୱର୍କରେ ଗତି କରିବାର କ୍ଷମତା ରଖେ ।” ଏହି ସଫଳ ଉଡ଼ାଣ ପରୀକ୍ଷଣ ପରେ ମୋବାଇଲ ରେଳ ନେଟୱର୍କରୁ କ୍ଷେପଣାସ୍ତ୍ର ନିକ୍ଷେପ କରିବାର କ୍ଷମତା ରଖୁଥିବା ଅନ୍ୟ ଦେଶମାନଙ୍କ ମଧ୍ୟରେ ଭାରତ ସାମିଲ ହୋଇଛି ।

ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ର ଏବେ ଚଳନ୍ତା ଟ୍ରେନରୁ ଶତ୍ରୁମାନଙ୍କୁ ଆକ୍ରମଣ କରିବାକୁ ସକ୍ଷମ। ଏହାର ପରିସର ୨୦୦୦ କିଲୋମିଟର ରହିଛି । ଏହି ନବରାତ୍ରୀକୁ ସେନାର ଶକ୍ତି ବଢିଛି । ଏହି କ୍ଷେପଣାସ୍ତ୍ର ଏବେ ଶତ୍ରୁମାନଙ୍କ ପାଇଁ ଏକ ନୂତନ ବିପଦ ପାଲଟିବ। ଏହା ଅନେକ ଉନ୍ନତ ବୈଶିଷ୍ଟ୍ୟ ସହିତ ସଜ୍ଜିତ ଏବଂ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ପ୍ରଯୁକ୍ତିବିଦ୍ୟାରେ ସର୍ବଶେଷ। ଏହି କ୍ଷେପଣାସ୍ତ୍ରଟି ଏକ ବଡ଼, ଦୃଢ଼ କ୍ୟାନିଷ୍ଟରରେ ରଖାଯାଇଛି। କ୍ୟାନିଷ୍ଟର ଏହାକୁ ବ୍ୟାପକ ପ୍ରସ୍ତୁତି ବିନା କ୍ୟାନିଷ୍ଟରରୁ ସିଧାସଳଖ ନିକ୍ଷେପ କରିବାକୁ ଅନୁମତି ଦିଏ। ଏହା ପାଣିପାଗ ପ୍ରତି ମଧ୍ୟ ପ୍ରତିରୋଧୀ। ଏହା ପ୍ୟାକ୍ ହୋଇ ରହିଥିବାରୁ ଏହାକୁ କମ୍ ଥର ରକ୍ଷଣାବେକ୍ଷଣ ଆବଶ୍ୟକ ହୁଏ।

Leave a Reply

Your email address will not be published. Required fields are marked *