RBI ଡେପୁଟି ଗଭର୍ଣ୍ଣର ଭାବେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି

ଭୁବନେଶ୍ଵର: RBI ଡେପୁଟି ଗଭର୍ଣ୍ଣର ଭାବେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି । ୩ ବର୍ଷ ପାଇଁ ନିଯୁକ୍ତି ହେଲେ ଶିରୀଶ ମୁର୍ମୁ । କ୍ୟାବିନେଟ୍ ନିଯୁକ୍ତି କମିଟିର ଏନେଇ ଅନୁମୋଦନ ମିଳିଛି । ଅକ୍ଟୋବର ୯ ତାରିଖରେ ଦାୟିତ୍ବ ନେବେ ଶିରୀଶ । RBIର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦୀର୍ଘ ଦିନର ଅଭିଜ୍ଞତା ରହିଛି । ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।…

ଭୁବନେଶ୍ଵର: RBI ଡେପୁଟି ଗଭର୍ଣ୍ଣର ଭାବେ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତି । ୩ ବର୍ଷ ପାଇଁ ନିଯୁକ୍ତି ହେଲେ ଶିରୀଶ ମୁର୍ମୁ । କ୍ୟାବିନେଟ୍ ନିଯୁକ୍ତି କମିଟିର ଏନେଇ ଅନୁମୋଦନ ମିଳିଛି । ଅକ୍ଟୋବର ୯ ତାରିଖରେ ଦାୟିତ୍ବ ନେବେ ଶିରୀଶ । RBIର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦୀର୍ଘ ଦିନର ଅଭିଜ୍ଞତା ରହିଛି । ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ସୁଯୋଗ୍ୟ ଓଡ଼ିଆ ଭାବେ ସର୍ବୋଚ୍ଚ ବ୍ୟାଙ୍କରେ ନିଯୁକ୍ତି ପାଇଁ ବଧାଇ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ସୂଚନା ଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବେତନଟିର ଶିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ପୂର୍ବତନ ସିଏଜି ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଭାଇ । ଏବେ ରିଜର୍ଭ ବ୍ୟାଙ୍କ୍‌ର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍‌ଟର ଅଛନ୍ତି ଶିରୀଶ ଚନ୍ଦ୍ର ମୁର୍ମୁ । ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବେତନଟିରେ । ବର୍ତ୍ତମାନ ଡେପୁଟି ଗଭର୍ଣ୍ଣର ଥିବା ରାଜେଶ୍ୱର ରାଓଙ୍କ କାର୍ଯ୍ୟକାଳ ଅକ୍ଟୋବର ୮ରେ ଶେଷ ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି,ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଜଣେ ସୁଯୋଗ୍ୟ ଓଡ଼ିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।

Leave a Reply

Your email address will not be published. Required fields are marked *