ପାହାଡରୁ ଖସିଲା ପଥର, କୋରାପୁଟ-ରାୟଗଡ଼ା ଟ୍ରେନ୍‌ ଚଳାଚଳ ବନ୍ଦ

ରାୟଗଡା: ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ବେହାଲ ହୋଇଛି । ବର୍ଷା ପରେ ବିଭିନ୍ନ ସ୍ଥାନରୁ ଭୂସ୍ଖଳନର ଖବର ସାମ୍ନାକୁ ଆସିଛି । ଭୂସ୍ଖଳନରେ ବାପପୁଅ ନିଖୋଜ ହୋଇଛନ୍ତି । ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ । ଭୂସ୍ଖଳନରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ । ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ ଓ ପୋଲିସ ।…

ରାୟଗଡା: ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ବେହାଲ ହୋଇଛି । ବର୍ଷା ପରେ ବିଭିନ୍ନ ସ୍ଥାନରୁ ଭୂସ୍ଖଳନର ଖବର ସାମ୍ନାକୁ ଆସିଛି । ଭୂସ୍ଖଳନରେ ବାପପୁଅ ନିଖୋଜ ହୋଇଛନ୍ତି । ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ । ଭୂସ୍ଖଳନରେ ମାଟି ତଳେ ବାପପୁଅ ଚାପି ହୋଇ ରହିଥିବା ସନ୍ଦେହ । ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ ଓ ପୋଲିସ । ରାୟଗଡ଼ରୁ ନୂଆଗଡ଼ ଓ ଜି.ଉଦୟଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ସେହିପରି ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ମାଟି ଅତଡ଼ା ଖସିଲା । ଫଳରେ ଅଢେଇ ଗାଁ ଓ କୁଯାସିଂ ଗାଁକୁ ଯୋଗାଯୋଗ ବିଛିନ୍ନ ।

ସେପଟେ ଟ୍ରେନ୍‌ ଟ୍ରାକ୍‌ ଉପରେ ଖସିଲା ପଥର, ମାଟି ଅତଡ଼ା । ପ୍ରବଳ ବର୍ଷାରେ ପଥର, ମାଟି ଅତଡ଼ା ଖସିପଡ଼ିବାରୁ ଭାଙ୍ଗିଲା ଟ୍ରେନ୍‌ ଟ୍ରାକ୍ । ରାୟଗଡ଼ାରୁ ଲାଡା ରେଳ ଷ୍ଟେସନ ମଧ୍ୟରେ ଟ୍ରାକ୍ ଭାଙ୍ଗିଲା । ଘଟଣାସ୍ଥଳରେ ସ୍ବତନ୍ତ୍ର ବୈଷୟିକ ଟିମ୍ ଦ୍ବାରା ମରାମତି କାର୍ଯ୍ୟ ଜାରି ରହିଛି । ଡୁମୁରିପୁଟ ଓ ଦାମନଯୋଡ଼ି ମଧ୍ୟରେ ଡାଉନ୍‌ ଲାଇନ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିଶାଖାପାଟଣା-କୋରାପୁଟ ଲାଇନ୍‌ରେ ବିଦ୍ୟୁତ ତାର ଉପରେ ପଡ଼ିଛି ଗଛ । ତେବେ ପ୍ରବଳ ବର୍ଷା ଓ ଭୂସ୍ଖଳନ ପାଇଁ ୨ଟି ଟ୍ରେନ୍‌ ବାତିଲ୍‌ । ଆଜି ପାଇଁ ବିଶାଖାପାଟଣା-କିରଣ୍ଡୁଲ ନାଇଟ୍‌ ଏକ୍ସପ୍ରେସ ବାତିଲ ହୋଇଛି । ସେହିପରି କିରଣ୍ଡୁଲ-ବିଶାଖାପାଟଣା ନାଇଟ୍‌ ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି । ଏନେଇ ୱାଲ୍‌ଟିୟର ରେଲ୍‌ ଡିଭିଜନ୍‌ ପକ୍ଷରୁ ସୂଚନା ଜାରି କରାଯାଇଛି ।

ପୂର୍ବତଟ ରେଳପଥର ଡୁମୁରିପୁଟ-ଦାମନଯୋଡ଼ି ଡାଉନଲାଇନ୍‌ରେ ଏହି ପଥର ପଡ଼ିଛି । ଏହା କୋରାପୁଟ ଠାରୁ ୧୩କିଲୋମିଟର ଦୂରରେ ଅବସ୍ଥିତ । ରେଳ ବିଭାଗ ଟ୍ରାକ୍‌ରୁ ପଥର ଖସାଇବାକୁ ଉଦ୍ୟମ ଜାରି ରଖିଛି। ଗତକାଲି ଠାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି।

Leave a Reply

Your email address will not be published. Required fields are marked *