ସମାଜରେ ଏବେବି ଅଛନ୍ତି ତାଡ଼କା, ମାରିଚ ଏବଂ ଶୂର୍ପଣଖା ଭଳି ରାକ୍ଷସ: ଯୋଗୀ

ଲକ୍ଷ୍ନୌ: ଗତକାଲି ବିଜୟା ଦଶମୀ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିର ଯାଇ ବିଧି ବିଧାନର ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିରୋଧୀଙ୍କୁ ଧୋଇଛନ୍ତି ମୁଖ୍ୟମନ୍ତ୍ରୀ l ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ପରିସ୍ଥିତି ବଦଳି ଯାଇଛି, ତଥାପି ଆସୁରିକ ଶକ୍ତି ଏବେ ବି ରହିଛି। ରାମାୟଣ ଏବଂ ମହାଭାରତର କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ…

ଲକ୍ଷ୍ନୌ: ଗତକାଲି ବିଜୟା ଦଶମୀ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିର ଯାଇ ବିଧି ବିଧାନର ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିରୋଧୀଙ୍କୁ ଧୋଇଛନ୍ତି ମୁଖ୍ୟମନ୍ତ୍ରୀ l ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ପରିସ୍ଥିତି ବଦଳି ଯାଇଛି, ତଥାପି ଆସୁରିକ ଶକ୍ତି ଏବେ ବି ରହିଛି। ରାମାୟଣ ଏବଂ ମହାଭାରତର କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ସେବେଠାରୁ କେବଳ ନାମ ଏବଂ ପରିସ୍ଥିତି ପରିବର୍ତ୍ତନ ହୋଇଛି, କିନ୍ତୁ ଆମ ଆଧୁନିକ ସମାଜରେ ନକାରାତ୍ମକ ଚରିତ୍ର ଏବେ ବି ରହିଛି। ପରିସ୍ଥିତି ଏବଂ ଚରିତ୍ରଗୁଡ଼ିକ ରାମାୟଣ ଏବଂ ମହାଭାରତ ଯୁଗର ପରିସ୍ଥିତି ସହିତ ସମାନ।

ବିରୋଧୀଙ୍କ ନାମ ନ ନେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଟାର୍ଗେଟ କରି କହିଥିଲେ ଯେ, ତାଡ଼କା ଏବଂ ଶୂର୍ପଣଖା ଭଳି ରାକ୍ଷସ ଆମ ସମାଜରେ ଏବେ ବି ଅଛନ୍ତି। ଏହି ଶକ୍ତିଗୁଡ଼ିକ ସମାଜକୁ ପ୍ରଭାବିତ କରୁଛନ୍ତି। ଆମକୁ ଏହି ଶକ୍ତିଗୁଡ଼ିକ ବିରୁଦ୍ଧରେ ସତର୍କ ରହିବାକୁ ପଡିବ। ବାସ୍ତବରେ ମୁଖ୍ୟମନ୍ତ୍ରୀ ଜାତି ଏବଂ ଅସ୍ପୃଶ୍ୟତା ଆଧାରରେ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୁଦ୍ଧରେ ଚେତାବନୀ ଦେଇଥିଲେ। ସମାଜକୁ ବିଭାଜିତ କରୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ପୂର୍ବ ଜନ୍ମର ତାଡ଼କା, ମାରିଚ ଏବଂ ଶୂର୍ପଣଖା ଭଳି ରାକ୍ଷସ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏପରି ଲୋକମାନେ ସେତେବେଳେ ସନାତନ ଧର୍ମ ବିରୁଦ୍ଧରେ କାର୍ଯ୍ୟ କରିଥିଲେ ଏବଂ ଏବେ ମଧ୍ୟ କରୁଛନ୍ତି। ଯେଉଁମାନେ ଆଜି ଆମର ଝିଅମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ପୂର୍ବ ଜନ୍ମରେ ଦୁର୍ଯୋଧନ କିମ୍ବା ଦୁଃଶାସନଙ୍କ ସହିତ ଥିଲେ। ଗତ 11 ବର୍ଷ ମଧ୍ୟରେ ଭାରତର ଲୋକମାନେ ଜାଗ୍ରତ ହୋଇଛନ୍ତି। ଦେଶ ଏବେ ବିକାଶର ନୂତନ ଶିଖରରେ ପହଞ୍ଚିଛି, ଯେଉଁଠାରେ ଐତିହ୍ୟ ଏବଂ ପ୍ରଗତି ମିଳିତ ହେଉଛି, ଏବଂ ଏହା ରାମ ରାଜ୍ୟ ସ୍ମୃତିକୁ ମାନେ ପକାଇ ଦେଉଛି । ସେହିପରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ଅବସରରେ ବିଜୟାଦଶମୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ବିଶ୍ୱର ଅନ୍ୟ କୌଣସି ସଂଗଠନର ଏତେ ଚମତ୍କାର ଉପସ୍ଥିତି ନାହିଁ। ଆରଏସଏସ ରାଜନୈତିକ ଶକ୍ତି ଉପରେ ନୁହେଁ, ବରଂ ଏହାର ସ୍ୱେଚ୍ଛାସେବକମାନଙ୍କ କଠିନ ପରିଶ୍ରମ, ବୁଦ୍ଧିମତ୍ତା ଏବଂ ନିଃସ୍ୱାର୍ଥପର ସମର୍ପଣ ଉପରେ ଗଢ଼ି ଉଠିଛି।

Leave a Reply

Your email address will not be published. Required fields are marked *