ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ: ଆଇନ ମନ୍ତ୍ରୀ

ପୁରୀ: ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ । E-ଲାଇବ୍ରେରୀ ସହ ରିସର୍ଚ୍ଚ ସେଣ୍ଟର ମଧ୍ୟ ନିର୍ମାଣ କରିବେ ସରକାର । ଶ୍ରଦ୍ଧାଳୁ ଓ ଗବେଷକଙ୍କୁ ଡିଜିଟାଲ୍ ସୁବିଧା ପ୍ରଦାନ କରିବା SJTAର ନିଷ୍ପତ୍ତି । ଏହାମାଧ୍ୟମରେ ମନ୍ଦିର ରେକର୍ଡ, ରୀତିନୀତି,…

ପୁରୀ: ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ ନିର୍ମାଣ ହେବ E-ଲାଇବ୍ରେରୀ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଜ୍ଞାନ ଯଜ୍ଞ ମଣ୍ଡପ ନାଁରେ ନାମିତ ହେବ ଡିଜିଟାଲ୍ ଲାଇବ୍ରେରୀ । E-ଲାଇବ୍ରେରୀ ସହ ରିସର୍ଚ୍ଚ ସେଣ୍ଟର ମଧ୍ୟ ନିର୍ମାଣ କରିବେ ସରକାର । ଶ୍ରଦ୍ଧାଳୁ ଓ ଗବେଷକଙ୍କୁ ଡିଜିଟାଲ୍ ସୁବିଧା ପ୍ରଦାନ କରିବା SJTAର ନିଷ୍ପତ୍ତି । ଏହାମାଧ୍ୟମରେ ମନ୍ଦିର ରେକର୍ଡ, ରୀତିନୀତି, ମାଦଳା ପାଞ୍ଜି, ପୋଥି ଓ ପାଣ୍ଡୁଲିପି ସଂରକ୍ଷଣ ଲକ୍ଷ୍ୟ ରହିଛି । ପୁରାତନ ପୁସ୍ତକ ଓ ତଥ୍ୟ ସହ ସଂରକ୍ଷିତ ଡକ୍ୟୁମେଣ୍ଟକୁ ନେଇ ଡାଟାବେସ୍ ତିଆରି ହେବ । ଏହାଦ୍ଵାରା ଜଗନ୍ନାଥ ସଂସ୍କୃତି ଗବେଷଣା ଉପରେ ଗବେଷକଙ୍କୁ ସହାୟକ ହେବ ବୋଲି କହିଛନ୍ତି ପୃଥ୍ଵୀରାଜ ହରିଚନ୍ଦନ ।

ସୂଚନା ଅନୁସାରେ, ଖୁବ ଶୀଘ୍ର ମାଦଳା ପାଞ୍ଜି ଏବଂ ଅନ୍ୟାନ୍ୟ ବିରଳ ମନ୍ଦିର ରେକର୍ଡ ଏବଂ ତାଳପତ୍ର ପାଣ୍ଡୁଲିପି ସଂରକ୍ଷଣ ପାଇଁ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରିବା ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ । ଏକ୍ସରେ ପୋଷ୍ଟ କରି ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ହାପ୍ରଭୁଙ୍କ ଆଶୀର୍ବାଦରେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତ ଏବଂ ଗବେଷକମାନଙ୍କୁ ଡିଜିଟାଲ ପ୍ରବେଶ ପ୍ରଦାନ କରିବା ସହିତ ବିରଳ ମନ୍ଦିର ରେକର୍ଡ, ରୀତିନୀତି, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି ଏବଂ ଅନ୍ୟାନ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କରିବାକୁ ଯାଉଛି । ଏହି ଅନନ୍ୟ ପଦକ୍ଷେପ ଶ୍ରୀ ଜଗନ୍ନାଥ ମନ୍ଦିରର କାଳଜୟୀ ଐତିହ୍ୟକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରେ।

Leave a Reply

Your email address will not be published. Required fields are marked *