ପୁରୀ: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ଧର୍ମମାସରେ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ଧର୍ମ ମାସରେ ପୁଣ୍ୟ ଅର୍ଜନ କରିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠୁ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ରହିବ । ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ । ପଞ୍ଚତୀର୍ଥରେ ସାନ୍ନ କରି ବ୍ରାହ୍ମଣଙ୍କୁ ଗୁଆ ଓ ଛଞ୍ଚା ଟେକି ହବିଷ ଆରମ୍ଭ କରିବେ । ବୃନ୍ଦାବତୀଙ୍କ ନିକଟରେ ପଞ୍ଚବର୍ଣ୍ଣ ମୁରୁଜ ପକାଇ କରିବେ ପୂଜାର୍ଚ୍ଚନା ।
ଗତକାଲି ପୁରୀ ବୃନ୍ଦାବତୀ ନିବାସରେ କାର୍ତ୍ତିକ ହବିଷିଆଳି ଶିବିର ଉଦ୍ଘାଟିତ । ହବିଷିଆଳି ଶିବିର ଉଦ୍ଘାଟନ କଲେ ଆଇନ୍ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ । ଉଦ୍ଘାଟନ ପରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଏଥର ବଜେଟ୍ ୩ କୋଟି ୩୦ ଲକ୍ଷକୁ ବୃଦ୍ଧି କରାଯାଇଛି । ମା ମାନଙ୍କ ସୁବିଧା ପାଇଁ ୭୦ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି । ପୂର୍ବ ଥର ଭଳି ଏଥର ବି ୨୫୦୦ ମା ମାନଙ୍କ ପାଇଁ ରହଣି ବ୍ୟବସ୍ଥା କରାଯାଇଛି । ରାଧା ପାଦ ଦର୍ଶନ ଲାଇଭ୍ ବ୍ୟବସ୍ଥା କରିବାକୁ ଯୋଜନା ଅଛି । ୫ ଶିବିରରେ ଲାଇଭ୍ ବ୍ୟବସ୍ଥା କରାଯିବ । ମନ୍ଦିର ନ ଯାଇ ଦେଖି ହେବ ରାଧା ପାଦ ଦର୍ଶନ ।
