ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ

ଭୁବନେଶ୍ଵର: ସମସ୍ୟାରେ ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର । ପିନାକୀ ମିଶ୍ରଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗର ସାମ୍ନା କରିଛନ୍ତି ବିଜେଡି ନେତା । କେବଳ ସେତିକି ନୁହେଁ ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ମଧ୍ୟ ହୋଇଛି । ସନ୍ଦେହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା,…

ଭୁବନେଶ୍ଵର: ସମସ୍ୟାରେ ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର । ପିନାକୀ ମିଶ୍ରଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗର ସାମ୍ନା କରିଛନ୍ତି ବିଜେଡି ନେତା । କେବଳ ସେତିକି ନୁହେଁ ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ମଧ୍ୟ ହୋଇଛି । ସନ୍ଦେହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ୍‌ ସମ୍ପର୍କିତ ତଥ୍ୟ ପଚାରିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଗୃହ ମନ୍ତ୍ରାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦୁଇଟି ଅଭିଯୋଗ ଦାୟର କରାଯାଇଛି । ଅଭିଯୋଗ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ଅଭିଯୋଗ ଗ୍ରହଣ ପରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ରହିଛି । ସେପଟେ ଏହି ଅଭିଯୋଗ ମାମଲାରେ ଅଭିଯୋଗକୁ ପୁରୁଣା, ସତ୍ୟତା ନାହିଁ କହି ଖଣ୍ଡନ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର । କ୍ୟାମେରା ଆଗରେ କିଛି କହିବାକୁ ସିଧାସଳଖ ମନା କରିଦେଇଛନ୍ତି ପିନାକୀ ।

Leave a Reply

Your email address will not be published. Required fields are marked *