ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟାର ପ୍ରତିବାଦ । ଆଜି ସାରା ରାଜ୍ୟର ଆଇନଜୀବୀମାନଙ୍କ ସଂପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ । ରାଜ୍ୟ ଆଇନଜୀବୀ ପରିଷଦର ଜରୁରୀ ବୈଠକରେ କଲମ ଛାଡ଼ ପାଇଁ ନିଷ୍ପତ୍ତି । ଗଞ୍ଜାମ ଜିଲାର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ରାଜ୍ୟ ବାର୍ କାଉନସିଲ ତୀବ୍ର ନିନ୍ଦା କରିଛି । ପୀତବାସଙ୍କ ହତ୍ୟା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି। ପୀତବାସଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ସହ ଦୋଷୀଙ୍କୁ ଗିରଫ ଓ ଘଟଣାର ନ୍ୟାୟିକ ତଦନ୍ତ କରାଯିବାକୁ ବାର୍ କାଉନସିଲ ପକ୍ଷରୁ ଏକ ବିବୃତି ଜରିଆରେ ଦାବି କରାଯାଇଛି।
ଅଭିଯୁକ୍ତଙ୍କୁ ଗିରଫ ଓ ପୀତବାସଙ୍କ ପରିବାରକୁ କୋଟିଏ ଟଙ୍କା ସହାୟତା ଦାବି । ଉଚ୍ଚସ୍ତରୀୟ ବିଚାର ବିଭାଗୀୟ କମିସନ ଦ୍ୱାରା ତଦନ୍ତ ପାଇଁ ପରିଷଦର ଦାବି । ୩ ମାସ ଭିତରେ ହତ୍ୟାର କାରଣ ଓ ଷଡ଼ଯନ୍ତ୍ର ନେଇ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଦାବି । ଆଇନଜୀବୀଙ୍କୁ ଆବଶ୍ୟକ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ।
ଗତକାଲି ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଦୋଷୀଙ୍କୁ ଗିରଫ ସହ ଫାଶୀ ଦାବି କରିଛନ୍ତି BCI ଅଧ୍ୟକ୍ଷ । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ମନନ୍ ମିଶ୍ର ଦାବି କରିଛନ୍ତି । ବିନା କାରଣରେ ନିର୍ଦ୍ଦୋଷ ବ୍ୟକ୍ତି ଜଣଙ୍କୁ ହତ୍ୟା କରାଯାଇଛି । ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ଲେଖିଛି BCI । ତ୍ବରିତ କାର୍ଯ୍ୟାନୁଷ୍ଠାନ, ବାର୍ର ସୁରକ୍ଷା ଓ ନିର୍ଦ୍ଦିଷ୍ଟ ସମୟ ଭିତରେ ଦଣ୍ଡବିଧାନ ଦାବି କରିଛି BCI ।
