କଟକ: କଟକ ବାଲିଯାତ୍ରାକୁ ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ମେୟର । ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି କଟକ ମେୟର ସୁବାସ ସିଂ । ଜିଲ୍ଲା ପ୍ରଶାସନ କଟକ ସହରବାସୀଙ୍କୁ ବିଭ୍ରାନ୍ତ କରିଥିଲେ । ହାଇକୋର୍ଟ ଆଳରେ ଭୁଆଁ ବୁଲାଇଥିଲେ ପ୍ରଶାସନ । ହାଇକୋର୍ଟଙ୍କ କାଲିର ନିଷ୍ପତ୍ତି ଏହା ସ୍ପଷ୍ଟ କରିଛି । ଉପର ପଡ଼ିଆରେ ବାଲିଯାତ୍ରା ହେବନି ବୋଲି କିଏ । ପ୍ରଶାସନିକ ଅଧିକାରୀ ମନଇଚ୍ଛା ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ମେୟର ।
ସେପଟେ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟଙ୍କ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ । ଉପର ପଡ଼ିଆରେ ଐତିହ୍ୟ ସଂପର୍କିତ ଷ୍ଟଲ୍ ଖୋଲାଯିବ । ଉପର ପଡ଼ିଆରେ ଷ୍ଟଲ୍ ସହ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଦୋକାନୀଙ୍କୁ ଅବଗତ କରାଯିବ ।
ସୂଚନାଯୋଗ୍ୟ, କଟକ ଉପର ପଡ଼ିଆରେ ଐତିହାସିକ ବାଲିଯାତ୍ରା ହେବା ନେଇ ଗତକାଲି ରାୟ ଦେଇଥିଲେ ହାଇକୋର୍ଟ । ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଇଥିଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଏହି ନିଷ୍ପତ୍ତି ନେଇଥିଲେ ହାଇକୋର୍ଟ ।
