ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ମହାକାଳପଡ଼ା ତହସିଲଦାର

କେନ୍ଦ୍ରାପଡା: ଗିରଫ ହେଲେ ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ ୧୯୦% ସମ୍ପତ୍ତି ଅଧିକ ଥିବା ନେଇ ସୂଚନା ମିଳିଛି । ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ୪ କୋଠା, ୭ ପ୍ଲଟ୍‌, ୧୮ ଲକ୍ଷ ଜମା, ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା…

କେନ୍ଦ୍ରାପଡା: ଗିରଫ ହେଲେ ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ ୧୯୦% ସମ୍ପତ୍ତି ଅଧିକ ଥିବା ନେଇ ସୂଚନା ମିଳିଛି । ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ୪ କୋଠା, ୭ ପ୍ଲଟ୍‌, ୧୮ ଲକ୍ଷ ଜମା, ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ତହସିଲଦାର ଶିବ ମଲ୍ଲିକ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡ଼ି ବସିଥିଲା। ଜମି କିସମ ପରିବର୍ତ୍ତନ,ଦଖଲ ଖାରଜ, ଉଚ୍ଛେଦ କେସକୁ ନେଇ ଲାଞ୍ଚ ନେଉଥିବା ବେଳେ ରେଡହ୍ୟାଣ୍ଡରେ  ଧରାପଡ଼ିଥିଲେ। ତହସିଲ ଅଫିସରୁ ସେପ୍ଟେମ୍ବର ୨୩ରେ ନିଜ ହେପାଜତକୁ ନେଇଥିଲା  ଭିଜିଲାନ୍ସ ଟିମ୍।

ମିଳିଥିବା ସୂଚନାନୁସାରେ, ଉକ୍ତ ଅଞ୍ଚଳର ଗୋଜାବନ୍ଧ ଗାଁର ସୁଦର୍ଶନ ସ୍ବାଇଁଙ୍କଠାରୁ ଜମି ଦାଖଲ ଖାରଜ ଉଚ୍ଛେଦ ଓ କିସମ ପରିବର୍ତ୍ତନ ପାଇଁ ୨୦ ହଜାର ଟଙ୍କା ମାଗିଥିଲେ। ଦାବି ମୁତାବକ ଅନ୍ତର୍ଯ୍ୟାମୀ ମଙ୍ଗଳବାର ଅପରାହ୍ନରେ ତହସିଲ ଅଫିସ ପଛ ପାଖ ସରକାରୀ  ବାସଗୃହକୁ ଟଙ୍କା ଦେବାକୁ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ଆଗରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ସେଠାରୁ କାବୁ କରିଥିଲା।

Leave a Reply

Your email address will not be published. Required fields are marked *