ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନ ପାଇଁ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ । ଆସନ୍ତା ୧୩ ତାରିଖରେ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ । ଶାଳିନୀ ପଣ୍ଡିତ, ସମର୍ଥ ବର୍ମା, ସ୍ବଧା ଦେବ ସିଂ ହେବେ ଦାୟିତ୍ବମୁକ୍ତ । ଅର୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ବ ନେବେ ଶାଳିନୀ ପଣ୍ଡିତ । ସମର୍ଥ ବର୍ମା ବନ୍ଦର ଓ ଜଳପଥ ଭାବେ ନେବେ ଦାୟିତ୍ବ ସେହିପରି ସ୍ବଧା ଦେବ ସିଂ ଜନଗଣନା ଅପରେସନ ନିର୍ଦ୍ଦେଶକ ଭାବେ ନେବେ ଦାୟିତ୍ବ ।
ଶାଳିନୀ ପଣ୍ଡିତ ୨୦୦୧ ବ୍ୟାଚର ଆଇଏଏସ ଅଧିକାରୀ ଥିଲେ। ସେ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱ ସହିତ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର କମିଶନର-କମ-ସଚିବ ଭାବେ କାର୍ଯ୍ୟରତ ଥିଲେ। ସେହିପରି ୨୦୧୧ ଵ୍ୟାଚର ଆଇଏଏସ ଅଧିକାରୀ ସମର୍ଥ ବର୍ମା ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ସହିତ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଅନ୍ୟପଟେ ୨୦୧୪ ବ୍ୟାଚର ଆଇଏଏସ ଅଧିକାରୀ ସ୍ୱଧା ଦେବ ସିଂହ ବର୍ତମାନ ପର୍ଯ୍ୟନ୍ତ ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ ଲିମିଟେଡର ଏମଡି ଭାବରେ କାର୍ଯ୍ୟରତ ଅଛନ୍ତି ।
