ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଟର୍ଗେଟ୍, କହିଲେ ଓଡିଶା ତଳଆଡୁ ଥିଲା ଦ୍ଵିତୀୟ

ଭୁବନେଶ୍ଵର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵଦ୍ୟାଳୟରେ ଏକ ‘କୃଷକ ଭବନ’ ଏବଂ କୃଷି ଶିକ୍ଷା ସଦନର ଏକ ‘ଅଭ୍ୟର୍ଥନା ଗୃହ’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ତାଙ୍କ ସହ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ, ଏକାମ୍ର ବିଧାୟକ ବାବୁ ସିଂ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର…

ଭୁବନେଶ୍ଵର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵଦ୍ୟାଳୟରେ ଏକ ‘କୃଷକ ଭବନ’ ଏବଂ କୃଷି ଶିକ୍ଷା ସଦନର ଏକ ‘ଅଭ୍ୟର୍ଥନା ଗୃହ’ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ତାଙ୍କ ସହ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ, ଏକାମ୍ର ବିଧାୟକ ବାବୁ ସିଂ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି । ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯାଇଛି। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହୋଇଛନ୍ତି। ମୋଟ ୧ ହଜାର ୪୧ କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେପି ସରକାର ଆସିବା ପରେ ବଢିଛି ଚାଷୀଙ୍କ ଆୟ । ବିଜେଡି ସରକାରରେ ଦେଶରେ ତଳ ଆଡୁ ଦୁଇ ନମ୍ବରରେ ଥିଲା ଓଡ଼ିଶା । ଆମ ସରକାରରେ ଚାଷୀଙ୍କୁ ବାର୍ଷିକ ୫୮ ହଜାର ଟଙ୍କା ସହାୟତା ଦିଆଯାଉଛି । ସିଏମ୍ କିଷାନ ଟଙ୍କା ବାଣ୍ଟି କିଛି ଏଭଳି ଢଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୪ ମାସ ପୂର୍ବରୁ ରିପୋର୍ଟ କହୁଛି ଚାଷୀଙ୍କ ଲାଭ ହେଉନଥିଲା । ବେଶୀ କ୍ଷତି ହେଉଥିଲା, ଅନ୍ୟ ରାଜ୍ୟ ଚାଷୀଙ୍କ ତୁଳନାରେ ପଛରେ ରହୁଥିଲା ।  ଦେଶରେ ଦ୍ଵିତୀୟ ସର୍ବନିମ୍ନ ଥିଲା, ତଳ ଆଡୁ ଦ୍ଵିତୀୟ । ଆମ ସରକାର ଏହି ପ୍ରସଙ୍ଗକୁ ଗୁରୁତର ସହ ବିଚାରକୁ ନେଲେ, ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଗଲା ଇନପୁଟ ସବସିଡି ପାଇଁ । ଖରିଫ, ରବିରେ ୧୯ ଲକ୍ଷ ୭୨ ହଜାର ଚାଷୀଙ୍କୁ ଇନ୍‌ପୁଟ୍‌ ସବସିଡି ଦିଆଯାଇଛି । ରେକର୍ଡ ପରିମାଣର ୯୨ ଲକ୍ଷରୁ ଊର୍ଦ୍ଧ୍ବ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଛି । ଚାଷୀଙ୍କୁ ୭୫୩୭ କୋଟି ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି ଦିଆଯାଇଛି । ସୁଭଦ୍ରା, ପିଏମ କିଷାନ, ସିଏମ କିଷାନ ମିଶାଇ ବାର୍ଷିକ ଆୟ ୫୮ ହଜାରକୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *