ଭୁବନେଶ୍ଵର: ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହୋଇପାରନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେବା ନେଇ ଭୁବନେଶ୍ଵର ଏମ୍ସ ସହ ଆଲୋଚନା ଜାରି ରହିଛି । ଡାକ୍ତରୀ ଟିମ୍ ଆବଶ୍ୟକ ଚିକିତ୍ସା ଯୋଗାଇ ଦେଉଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଟିମ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସକୁ ନେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ।
ସୂଚନା ଅନୁସାରେ, ଗତକାଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୁବନେଶ୍ଵର ଏମ୍ସକୁ ଯାଇ ଚିକିତ୍ସାଧୀନ ଅଭିଜିତ ମଜୁମଦାରଙ୍କୁ ଭେଟିଥିଲେ । ବର୍ତ୍ତମାନ ଡାକ୍ତରୀ ଚିକିତ୍ସା ଚାଲୁ ରହିଛି । କିଡ୍ନି ଓ ଲିଭର ସମସ୍ୟା ଯାହା ରହିଥିଲା ବର୍ତ୍ତମାନ ସେଥିରେ ସୁଧାର ଆସୁଛି । ପରିଶ୍ରା ହେବାରେ ମଧ୍ୟ ଏବେ କୌଣସି ଜଟିଳତା ନାହିଁ । କିନ୍ତୁ କଥାବାର୍ତ୍ତା କରୁନାହାନ୍ତି ଅଭିଜିତ । ଡାକ୍ତରୀ ଟିମ୍ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଛନ୍ତି । ଆଉ ଅଧିକ ଚିକିତ୍ସା ଆବଶ୍ୟକ ହେଉଛି । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ସ୍ଥାନାନ୍ତରିତ କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ । ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
