ଏସିଆ କପ୍ ୨୦୨୫; ପୁଣି ପଡ଼ିଆରେ ଧୂଳିଚାଟିଲା ପାକିସ୍ତାନ

ନୂଆଦିଲ୍ଲୀ: ପୁଣି ପଡ଼ିଆରେ ଧୂଳିଚାଟିଲା ପାକିସ୍ତାନ । ଦମଦାର୍ ବିଜୟ ହାସଲ କଲା ଭାରତ । ଏସିଆ କପ ସୁପର ଫୋର୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୬ ଓ୍ୱିକେଟ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ । ୭ ବଲ୍‌ ବାକି ଥାଇ ଟାର୍ଗେଟ୍‌ ପୂରା କଲା ଭାରତୀୟ ଦଳ । ଓପନର୍‌ ଅଭିଶେକ ଶର୍ମା ଓ ଶୁଭମନ୍ ଗିଲ୍‌ଙ୍କ ଧୂଆଁଧାର ଇଂନିସ ।…

ନୂଆଦିଲ୍ଲୀ: ପୁଣି ପଡ଼ିଆରେ ଧୂଳିଚାଟିଲା ପାକିସ୍ତାନ । ଦମଦାର୍ ବିଜୟ ହାସଲ କଲା ଭାରତ । ଏସିଆ କପ ସୁପର ଫୋର୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୬ ଓ୍ୱିକେଟ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ । ୭ ବଲ୍‌ ବାକି ଥାଇ ଟାର୍ଗେଟ୍‌ ପୂରା କଲା ଭାରତୀୟ ଦଳ । ଓପନର୍‌ ଅଭିଶେକ ଶର୍ମା ଓ ଶୁଭମନ୍ ଗିଲ୍‌ଙ୍କ ଧୂଆଁଧାର ଇଂନିସ । ଅଭିଶେକ ୭୪, ଗିଲ୍‌ ୪୭ ଓ ତିଲକ୍‌ ବର୍ମାଙ୍କ ୩୦ ରନ୍‌ର ପାଳି । ଶେଷ ମୁହୁର୍ତ୍ତରେ ଚୌକା ମାରି ଭାରତକୁ ବିଜୟ ଭେଟି ଦେଲେ ତିଲକ୍‌ ବର୍ମା ।

ସୁପର୍‌-୪ ମୁକାବିଲାରେ ବିଜୟ ସହ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ନିଜ ପ୍ରାଧାନ୍ୟକୁ ଅବ୍ୟାହତ ରଖିଛି । ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ୍ କରିଥିଲା । ଭାରତ ସମ୍ମୁଖରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ । ୧୮.୫ ଓଭର ସୁଦ୍ଧା ଭାରତ ଏହି ମ୍ୟାଚକୁ ଜିତି ନେଇଥିବା ବେଳେ ପାକିସ୍ତାନକୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି । ଜବାବରେ ୧୮.୫ ଓଭରରେ ୬ୱିକେଟ୍ ବାକି ଥାଇ ମ୍ୟାଚ୍ ଜିତିନେଇଛି ଭାରତ । ଅଭିଷେକ ଶର୍ମା ୩୯ ବଲ୍‌ରୁ ୬ ଚୌକା, ୫ ଛକା ସହ ୭୪ ରନ୍, ଶୁବମନ ଗିଲ୍ ୨୮ ବଲ୍‌ରୁ ୮ଚୌକା ସହ ୪୭ ରନ୍, ତିଲକ ବର୍ମା୧୯ ବଲ୍‌ରୁ ୨ ଚୌକା, ୨ ଛକା ସହ ଅପରାଜିତ ଭାବେ ୩୦ରନ୍ ସଂଗ୍ରହ କରି ଦଳକୁ ବିଜୟ ଭେଟି ଦେଇଛନ୍ତି । 

Leave a Reply

Your email address will not be published. Required fields are marked *