ମୁମ୍ବାଇ, ୨୧/୧୦: ଭେଟେରାନ୍ ବଲିଉଡ୍ ଅଭିନେତା ଗୋବର୍ଦ୍ଧନ ଅସରାନି ଙ୍କର ୮୪ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । ହାସ୍ୟ ଅଭିନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅସରାନି । ଗତ ୫ ଦିନ ଧରି ମେଡ଼ିକାଲରେ ସେ ଚିକିତ୍ସାଧିନ ଥିଲେ । ଅନେକ ଫିଲ୍ମରେ ହାସ୍ୟ କଳା ଅଭିନୟ କରି ଛାଡ଼ି ଯାଇଛନ୍ତି ପାରଦର୍ଶିତା । ରାଜସ୍ଥାନରେ ଜନ୍ମିତ ଅସରାନି ଗତ ୫ ଦଶନ୍ଧି ଧରି ଅଭିନୟ ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ । ୩୫୦ରୁ ଅଧିକ ସିନେମାରେ ସେ ଅଭିନୟ କରିଛନ୍ତି । ମେରେ ଆପନେ, କୋସିସ, ଅଭିମାନ, ଚୁପକେ ଚୁପକେ, ଛୋଟି ସି ବାତ୍ ଆଦି ସିନେମାରେ ସେ ନିଜ ଅଭିନୟ ଜାଦୁ ଦେଖାଇଛନ୍ତି । ୭୦ ଦଶକର ବହୁଚର୍ଚ୍ଚିତ ସିନେମା ସୋଲେରେ ଜେଲ୍ ୱାର୍ଡେନ ଭାବେ ଅଭିନୟ କରି ସମସ୍ତଙ୍କ ନଜର କୁ ଆସିଥିଲେ। ୧୯୭୭ ମସିହାରେ ଚଲା ମୁରାରି ହିରୋ ବନନେ ସିନେମାର କାହାଣୀ ସିନେ ଲେଖିଥିବାବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ତାଙ୍କ ବିୟୋଗରେ ସାରା ବଲିଉଡରେ ଶୋକ ଖେଳିଯାଇଛି ।
ଅଭିନେତା ଅସରାନିଙ୍କ ପରଲୋକ
ମୁମ୍ବାଇ, ୨୧/୧୦: ଭେଟେରାନ୍ ବଲିଉଡ୍ ଅଭିନେତା ଗୋବର୍ଦ୍ଧନ ଅସରାନି ଙ୍କର ୮୪ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି । ହାସ୍ୟ ଅଭିନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅସରାନି । ଗତ ୫ ଦିନ ଧରି ମେଡ଼ିକାଲରେ ସେ ଚିକିତ୍ସାଧିନ ଥିଲେ । ଅନେକ ଫିଲ୍ମରେ ହାସ୍ୟ କଳା ଅଭିନୟ କରି ଛାଡ଼ି ଯାଇଛନ୍ତି ପାରଦର୍ଶିତା । ରାଜସ୍ଥାନରେ ଜନ୍ମିତ ଅସରାନି ଗତ ୫ ଦଶନ୍ଧି…
