ଆଫଗାନିସ୍ତାନରେ ମୃତ୍ୟୁର ତାଣ୍ଡବଲିଳା, ଭୂକମ୍ପରେ ଗଡିଲାଣି ୮୦୦ ମୁଣ୍ଡ

କାବୁଲ: ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୮୦୦କୁ ବୃଦ୍ଧି । ମୃତ୍ୟୁସଂଖ୍ୟା ୮୦୦କୁ ବୃଦ୍ଧି ନେଇ ସ୍ପଷ୍ଟ କଲା ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ । ୨ ହଜାର ୫ ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କୁନାର ପ୍ରୋଭିନ୍ସ । ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା ରହିଥିବା ବେଳେ ଏବେବି ଭଗ୍ନାବଶେଷ ତଳୁ ଉଦ୍ଧାର…

କାବୁଲ: ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୮୦୦କୁ ବୃଦ୍ଧି । ମୃତ୍ୟୁସଂଖ୍ୟା ୮୦୦କୁ ବୃଦ୍ଧି ନେଇ ସ୍ପଷ୍ଟ କଲା ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ । ୨ ହଜାର ୫ ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କୁନାର ପ୍ରୋଭିନ୍ସ । ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା ରହିଥିବା ବେଳେ ଏବେବି ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଶକ୍ତିଶାଳୀ ଭୂକମ୍ପରେ ଛାରଖାର ହୋଇଯାଇଛି ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ। ୨୦୨୩ ପରେ ଏହା ଦେଶର ସବୁଠାରୁ ଭୟଙ୍କର ଭୂମିକମ୍ପ ।

ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୪୭ରେ ପାକିସ୍ତାନ ସୀମା ସଂଲଗ୍ନ ପୂର୍ବ ଆଫଗାନିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରହିଥିଲା। ରାତି ସମୟରେ ଭୂକମ୍ପ ହେବାରୁ ଏତେ ସଂଖ୍ୟାରେ ମୃତ୍ୟୁ ଘଟିଥିବା କୁହାଯାଉଛି। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଅକେନ ଗାଁ ନିଶ୍ଚିହ୍ନ ହୋଇଯାଇଛି। ବହୁ କୋଠା ଧୂଳିସାତ ହୋଇଯାଇଛି। ଭୂକମ୍ପ ସମୟର ଅନେକ ଦୃଶ୍ୟ ଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟରେ ପ୍ରଘଟ ହେବାରେ ଲାଗିଛି। ଭୂପୃଷ୍ଠରୁ ୮ କିଲୋମିଟର ଗଭୀରରେ ଭୂକମ୍ପର ଉତ୍ପତିସ୍ଥଳ ବୋଲି ଆମେରିକା ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି।

ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟଣାରେ ସେ ଗଭୀର ଭାବେ ମର୍ମାହତ। ଏଭଳି କଠିନ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରୁଛନ୍ତି। ଆହତମାନଙ୍କ ଦ୍ରୁତ ଆରୋଗ୍ୟ ପାଇଁ ସେ ପ୍ରାର୍ଥନା କରୁଛନ୍ତି। କ୍ଷତିଗ୍ରସ୍ତମାନଙ୍କ ସମସ୍ତ ପ୍ରକାର ମାନବତାବାଦୀ ସହାୟତା ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *