ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀ

ପୁରୀ: ୧୬ ଦିନ ବଞ୍ଚିବା ପରେ ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀ । ପୁରୀ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ୮୬ ବର୍ଷୀୟା ପି. ଲକ୍ଷ୍ମୀ । ଗତ ସେପ୍ଟେମ୍ବର ୧୫ ତାରିଖରେ ସ୍ୱର୍ଗଦ୍ୱାର ଆସି ଜୀବନ ଫେରି ପାଇଥିଲେ । ସ୍ୱର୍ଗଦ୍ୱାରରେ ଏମିତି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହିଦିନଠାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରହିଥିଲେ ପି. ଲକ୍ଷ୍ମୀ ।…

ପୁରୀ: ୧୬ ଦିନ ବଞ୍ଚିବା ପରେ ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀ । ପୁରୀ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ୮୬ ବର୍ଷୀୟା ପି. ଲକ୍ଷ୍ମୀ । ଗତ ସେପ୍ଟେମ୍ବର ୧୫ ତାରିଖରେ ସ୍ୱର୍ଗଦ୍ୱାର ଆସି ଜୀବନ ଫେରି ପାଇଥିଲେ । ସ୍ୱର୍ଗଦ୍ୱାରରେ ଏମିତି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହିଦିନଠାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରହିଥିଲେ ପି. ଲକ୍ଷ୍ମୀ ।

ପୋଲସରା ଥାନା ଅଧୀନସ୍ଥ ଗ୍ରାମରେ ରହୁଥିବା ପି. ଲକ୍ଷ୍ମୀ ଗତ ୧୫ ସେପ୍ଟେମ୍ବରରେ ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୧୫ତାରିଖରେ ସ୍ୱର୍ଗଦ୍ୱାରକୁ ଶେଷକୃତ୍ୟ ପାଇଁ ଆସି ହଠାତ ଉଠି ବସିଥିଲେ ବୃଦ୍ଧା ଜଣଙ୍କ । ସ୍ୱର୍ଗଦ୍ୱାରରେ ଏମିତି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହିଦିନଠାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ପି.ଲକ୍ଷ୍ମୀ । ଏହି ଅସାଧାରଣ ଘଟଣା ଦେଖି କେବଳ ତାଙ୍କ ପରିବାରଜନ ନୁହେଁ ପୂରା ପୁରୀ ତାଜୁବ ହୋଇଯାଇଥିଲା। ସେହି ଦିନରୁ ଲକ୍ଷ୍ମୀଙ୍କୁ ଆଇସିୟୁରେ ରଖାଯାଇଥିଲା। କିନ୍ତୁ ୧୬ ଦିନ ଧରି ସେ ଚିକିତ୍ସାଧୀନ ରହିବା ପରେ ବୁଦବାର ତାଙ୍କର ଦେହାନ୍ତ ହୋଇଛି।

Leave a Reply

Your email address will not be published. Required fields are marked *