ଭୁବନେଶ୍ୱର: ‘ଆମ ବସ୍’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ । ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକିଛି ୪୩ଟି ବସ୍ । ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ ।
ସାମାଜିକ ସୁରକ୍ଷା ବିନା ଗାଡ଼ି ଚଳାଉଛନ୍ତି ଆମ ବସ ଚାଳକମାନେ । ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନାହାଁନ୍ତି । ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି। ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ସେପଟେ ଆମ ବସ ଚାଳକମାନଙ୍କର ଧାରଣା କାରଣରୁ ଗଡୁନି ଗାଡି । ଫଳରେ ଯାତ୍ରୀ ହନ୍ତସନ୍ତ ହେଉଥିବା ନଜର ଆସିଛି ।
