ରାହୁଲଙ୍କ ନାରାରେ ହଟିଲେ ନେପାଳ ସରକାର

ନୂଆଦିଲ୍ଲୀ: କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରାହୁଲଙ୍କ ନାରା । “ଭୋଟ ଚୋର, ଗଦ୍ଦୀ ଛୋଡ଼’ ନାରାର ନକଲ ହେଲା, “କେପି ଚୋର, ଗଦ୍ଦୀ ଛଡ୍‌!” । ଦେଶରେ ପୂରା ସରକାର ଭାଙ୍ଗି ପଡ଼ିଥିବା ବେଳେ ଏବେ ସେଠାରେ କିଛିଟା ,ସ୍ୱାଭାବିକ ସ୍ଥିତି ଦେଖା ଦେଇଛି । ବର୍ତ୍ତମାନ ନେପାଳୁ ସମ୍ଭାଳୁଛି ସେନା । ହେଲେ ଏହାରି ଭିତରେ ଅନ୍ଦୋଳନକାରୀଙ୍କ ନାରାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା…

ଦିଲ୍ଲୀ ହାଇକୋର୍ଟକୁ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମେଲ୍ ଯୋଗେ ଦୁର୍ବୃତ୍ତର ଧମକ ମିଳିଛି । ୩ଟି କୋର୍ଟରୁମ୍‌ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍‌ରେ ଉଲ୍ଲେଖ ରହିଛି। ସନ୍ଧ୍ୟା ପୂର୍ବରୁ ବୋମା ବିସ୍ଫୋରଣ ହେବା ନେଇ ଉଲ୍ଲେଖ ରହିଛି। ସୂଚନା ଅନୁସାରେ ଦିଲ୍ଲୀ ହାଇକୋର୍ଟକୁ ଆସିଥିବା ମେଲରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ” ଶୁକ୍ରବାର ବିସ୍ଫୋରଣ ପାଇଁ ପାକିସ୍ତାନ-ତାମିଲନାଡୁର ମିଳିତ ସହଯୋଗ ରହିଛି”। ଧମକ ପରେ…

ଦଳରୁ ନିଲମ୍ବିତ ହେଲେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ୍

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି । ଢେଙ୍କାନାଳର କାମାକ୍ଷାନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଓ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଦଳରୁ ଶୁକ୍ରବାର ଦିନ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ପ୍ରତାପ ଜେନା । ପ୍ରତାପ କହିଛନ୍ତି, ପ୍ରଫୁଲ୍ଲଙ୍କ ସାମ୍ପ୍ରତିକ ବକ୍ତବ୍ୟ ଏବଂ କାର୍ଯ୍ୟ ଦଳର ଏକତା ଏବଂ ଶୃଙ୍ଖଳା…

ଖୁବଶୀଘ୍ର ହେବ ନୂଆ ଭୁବନେଶ୍ବର, ୮୦୦ ଏକରରେ ପ୍ରସ୍ତୁତ ହେବ ଡିପିଆର

ଭୁବନେଶ୍ଵର: ୮ ଶହ ଏକରରେ ନୂଆ ଭୁବନେଶ୍ବର ପାଇଁ ପ୍ରସ୍ତୁତ ହେବ ଡିପିଆର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ନୂଆ ସହର ରୂପରେଖ ପାଇଁ ସିଙ୍ଗାପୁରର ଏକ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ସମସ୍ତ ସୁବିଧା କିପରି ରହିପାରିବ ସେନେଇ ଡିପିଆର ପ୍ରସ୍ତୁତ ହେବ । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଚିହ୍ନଟ ହୋଇଥିବା ଜାଗାରେ କିଛି ଜଙ୍ଗଲ ଜମି ଓ…

ଦିଲ୍ଲୀ ପୋଲିସକୁ ବଡ ସଫଳତା, ଧରା ପଡିଲେ ୫ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କବ୍‌ଜାରେ ୫ ସନ୍ଦିଗ୍ଧ । ସେମାନଙ୍କ ପାଖରୁ ବିପୁଳ ବିସ୍ଫୋରକ ମଧ୍ୟ ଜବତ କରିଛି ପୋଲିସ । ଉକ୍ତ ସନ୍ଦିଗ୍ଧ ମାନେ ISIS ଷ୍ଟାଇଲ୍‌ରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଛି । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଥ୍ୟ ଆଧାରରେ ରେଡ୍‌ କରି ସେମାନଙ୍କୁ କାବୁ କରିଛି ପୋଲିସ । ତେବେ ଦିଲ୍ଲୀରୁ ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ…

ବିଜେଡିରୁ ଇସ୍ତଫା ଦେଲେ ଛାତ୍ରନେତା ହରିଶଙ୍କର

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଛାତ୍ରନେତା ହରିଶଙ୍କର ରାଉତ । ଦଳ ଛାଡ଼ିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କଲେ । ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ବଡ ଅଭିଯୋଗ ଆଣିଛନ୍ତି ହରିଶଙ୍କର । ସେ କହିଛନ୍ତି, ଏବେବି ପାଣ୍ଡିଆନ ବିଜେଡିକୁ କବ୍‌ଜା କରି ରଖିଛନ୍ତି । ଅଣଓଡ଼ିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି ଆଉ ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି । ହରିଶଙ୍କର ଆହୁରି…

କାଳ ବିଳମ୍ବ ନ କରି ସଂସଦକୁ ଭଙ୍ଗ କରିବା ଉଚିତ୍: କାଠମାଣ୍ଡୁ ମେୟର

କାଠମାଣ୍ଡୁ: ଧିରେ ଧିରେ ସୁଧୁରୁଛି ନେପାଳ ସ୍ଥିତି । ଆଉ ଏହାରି ଭିତରେ ବିକ୍ଷୋଭକାରୀଙ୍କୁ ଅପିଲ୍ କରିଛନ୍ତି କାଠମାଣ୍ଡୁ ମେୟର । ବିକ୍ଷୋଭକାରୀଙ୍କୁ ଧୈର୍ଯ୍ୟ ରଖିବାକୁ ଅପିଲ୍ କରିଛନ୍ତି କାଠମାଣ୍ଡୁ ମେୟର ବାଲେନ୍ ଶାହ । ଦେଶ ଏବେ ସ୍ବର୍ଣ୍ଣିମ ଭବିଷ୍ୟତ ଆଡ଼କୁ ଗତି କରୁଛି । ତେଣୁ ଭୟଭୀତ ନ ହୋଇ ଧୈର୍ଯ୍ୟ ରଖିବାକୁ ହେବ । ସୁଶିଳା କାର୍କିଙ୍କୁ ଅନ୍ତରୀଣ ମୁଖ୍ୟ କରାଯିବା ପ୍ରସ୍ତାବକୁ ମୁଁ ସମର୍ଥନ…

ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ଆଶ୍ବିନ କୃଷ୍ଣ ଚତୁର୍ଥୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ । ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ । ଏଥିପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ଣ ପ୍ରାୟ…

କ୍ୟାବିନେଟ୍‌ ବୈଠକ: ୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଭୁବନେଶ୍ୱର ନ୍ୟୁସିଟି ମାଷ୍ଟର ପ୍ଲାନକୁ ମଞ୍ଜୁରୀ ଦେବା ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ।   ବୈଠକରେ ମୋଟ ୫ ଟି ବିଭାଗର ୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲ…

ସିଜିମାଳି ବକ୍ସାଇଟ୍ ଖଣି ମାମଲା, ଗଠନ ହେଲା ପୁନର୍ବାସ ଓ ପୁନଃସ୍ଥାପନ କମିଟି

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ସିଜିମାଳି ବକ୍ସାଇଟ୍‌ ମାଇନ୍ସ ପ୍ରୋଜେକ୍ଟ ନେଇ କମିଟି ଗଠନ ହୋଇଛି । ବେଦାନ୍ତ ଲିମିଟେଡ୍‌ର ଏହି ପ୍ରୋଜେକ୍ଟ ପାଇଁ ପୁନର୍ବାସ ଓ ପୁନଃସ୍ଥାପନ କମିଟି ଗଠନ ହୋଇଛି । ନ୍ୟାର୍ଯ୍ୟ କ୍ଷତିପୂରଣ ପ୍ରଦାନ ଓ ଜମି ଅଧିଗ୍ରହଣ ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ କମିଟି ଗଠନ ହୋଇଛି । କହିରଖୁଛୁ ଯେ, ସିଜିମାଳି ବକ୍ସାଇଟ୍‌ ଖନନ ପାଇଁ ବେଦାନ୍ତ…