ବିଦାୟ ନେଲା ମିଗ୍-୨୧, ଇତିହାସ ପାଲଟିଲା ଲଢୁଆ ବିମାନ

ଚଣ୍ଡିଗଡ: ଅବସର ନେଲା ଭାରତୀୟ ବାୟୁସେନାର ଲଢୁଆ ବିମାନ ‘ମିଗ୍‌-୨୧’ । ଚଣ୍ଡିଗଡ ବାୟୁସେନା ଘାଟିରେ ସ୍ୱତନ୍ତ୍ର ସେବା ନିବୃତ୍ତ ଉତ୍ସବରେ ଶେଷ ଉଡାଣ ଭରିଛି ମିଗ୍-୨୧ । ମିଗ୍-୨୧କୁ ସେବା ଅବସର ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦୀର୍ଘ ୬ ଦଶନ୍ଧି ଧରି ସେବା ଯୋଗାଉଥିଲା ‘ମିଗ୍‌-୨୧’ । ୧୯୬୩ରେ ରୁଷିଆଠାରୁ କିଣାଯାଇଥିଲା ‘ମିଗ୍‌-୨୧’ । ପ୍ରଥମ ସ୍କ୍ବାଡ୍ରନ୍‌ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା । କାରଗିଲ୍‌…

ଚଣ୍ଡିଗଡ: ଅବସର ନେଲା ଭାରତୀୟ ବାୟୁସେନାର ଲଢୁଆ ବିମାନ ‘ମିଗ୍‌-୨୧’ । ଚଣ୍ଡିଗଡ ବାୟୁସେନା ଘାଟିରେ ସ୍ୱତନ୍ତ୍ର ସେବା ନିବୃତ୍ତ ଉତ୍ସବରେ ଶେଷ ଉଡାଣ ଭରିଛି ମିଗ୍-୨୧ । ମିଗ୍-୨୧କୁ ସେବା ଅବସର ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦୀର୍ଘ ୬ ଦଶନ୍ଧି ଧରି ସେବା ଯୋଗାଉଥିଲା ‘ମିଗ୍‌-୨୧’ । ୧୯୬୩ରେ ରୁଷିଆଠାରୁ କିଣାଯାଇଥିଲା ‘ମିଗ୍‌-୨୧’ । ପ୍ରଥମ ସ୍କ୍ବାଡ୍ରନ୍‌ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା । କାରଗିଲ୍‌ ଯୁଦ୍ଧ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ମିଗ୍-୨୧ ।

ମିଗ୍-୨୧କୁ ନେଇ ଗଠିତ ବାୟୁସେନାର ବାହିନୀ ନାମ ହେଉଛି ପାନ୍ଥର ସ୍କ୍ବାର୍ଡନ ବା ସ୍କ୍ବାର୍ଡନ ନମ୍ବର ୨୩। ଏହା ବାୟୁସେନାର ପ୍ରଥମ ସୁପରସୋନିକ୍ ଜେଟ୍ ଥିଲା । ୧୯୬୦ ଓ ୭୦ ଦଶକରେ ଏହା ବାୟୁସେନାର ମୁଖ୍ୟ ଆୟୁଧ ବିବେଚିତ ହେଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ଯୁଦ୍ଧବିମାନ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାକୁ ‘ଉଡନ୍ତା କଫିନ’ ଭାବରେ ନାମିତ କରାଯାଇଥିଲା । ୧୯୬୫ ପାକିସ୍ତାନ ବିରୋଧୀ ଯୁଦ୍ଧ, ୧୯୭୧ ବାଂଲା​‌‌ଦେଶ ସ୍ବାଧୀନତା ଯୁଦ୍ଧ ଓ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ମିଗ୍-୨୧ ପ୍ରମୁଖ ଭୂମିକା ନିର୍ବାହ କରିଥିଲା । ଏପରି କି ଅପରେସନ ସିନ୍ଦୂର ସମୟରେ ମଧ୍ୟ ମିଗ୍-୨୧କୁ ସଜାଗ ରଖାଯାଇଥିଲା । ସ୍କ୍ବାର୍ଡନ ନମ୍ବର ୨୩ର ଅବସର ପରେ ଭାରତୀୟ ବାୟୁସେନାର ସ୍କ୍ବାର୍ଡନ ସଂଖ୍ୟା ୨୯କୁ ହ୍ରାସ ପାଇବ ।

୧୯୬୫ ଏବଂ ୧୯୭୧ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ବିମାନ ପାକିସ୍ତାନର ଅନେକ ଆକ୍ରମଣକୁ ବିଫଳ କରିଥିଲା​​ଏବଂ ଭାରତୀୟ ସାମରିକ ଶକ୍ତିର ପ୍ରତୀକ ପାଲଟିଥିଲା । ବର୍ତ୍ତମାନ ଏହାକୁ ସେହି ସ୍ଥାନରୁ ଅନ୍ତିମ ବିଦାୟ ଦିଆଯାଉଛି ଯେଉଁଠାରୁ ଏହା ପ୍ରାୟ ଛଅ ଦଶନ୍ଧି ପୂର୍ବେ ବାୟୁସେନାରେ ଯୋଗ ଦେଇଥିଲା । ୨୦୧୯ ମସିହାରେ ଯେତେବେଳେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏହି ବିମାନ ସାହାଯ୍ୟରେ ଏକ ପାକିସ୍ତାନୀ ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ । ସେତେବେଳେର ମିଗ୍-୨୧ର ସ୍ମୃତି ଏବେ ବି ଲୋକଙ୍କ ମନରେ ତାଜା ହୋଇ ରହିଛି । ଏହି ସାହସିକ କାର୍ଯ୍ୟ ପୁଣି ଥରେ ବିଶ୍ୱକୁ ମିଗ୍-୨୧ର କ୍ଷମତା ଏବଂ ଭାରତର ବାୟୁ ଶକ୍ତିକୁ ଅନୁଭବ କରାଇଥିଲା ।

Leave a Reply

Your email address will not be published. Required fields are marked *