ଉତ୍ତର ଭାରତରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳକା

ବାଲେଶ୍ଵର: ବୈତରଣୀରେ ପୁଣି ଆସିଲା ବନ୍ୟା। ଏଥର ଛୋଟ ଧରଣର ବନ୍ୟା ହୋଇଥିଲେ ବି ବଢ଼ାଇ ଦେଇଛି ଚିନ୍ତା। କାରଣ ଗତ ତିନି ମାସ ମଧ୍ୟରେ ଏହା ବୈତରଣୀରେ ତୃତୀୟ ବନ୍ୟା। ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ପାଣି ବଢ଼ିଥିବାରୁ ପ୍ରଭାବିତ ହୋଇଛନ୍ତି ଭଦ୍ରକ, ବନ୍ତ, ଧାମନଗର ଓ ଭଣ୍ଡାରୀପୋଖରୀ। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ…

ବାଲେଶ୍ଵର: ବୈତରଣୀରେ ପୁଣି ଆସିଲା ବନ୍ୟା। ଏଥର ଛୋଟ ଧରଣର ବନ୍ୟା ହୋଇଥିଲେ ବି ବଢ଼ାଇ ଦେଇଛି ଚିନ୍ତା। କାରଣ ଗତ ତିନି ମାସ ମଧ୍ୟରେ ଏହା ବୈତରଣୀରେ ତୃତୀୟ ବନ୍ୟା। ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ପାଣି ବଢ଼ିଥିବାରୁ ପ୍ରଭାବିତ ହୋଇଛନ୍ତି ଭଦ୍ରକ, ବନ୍ତ, ଧାମନଗର ଓ ଭଣ୍ଡାରୀପୋଖରୀ। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୧ ମିଟର ରେ ପ୍ରବାହିତ ହେଉଛି ।

ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ଉଭୟ ନଦୀର ଜଳସ୍ତର ବଢୁଛି । ବୁଢ଼ାବଳଙ୍ଗ ନଦୀରେ ସତର୍କ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ସେପଟେ ସୁବର୍ଣ୍ଣରେଖାରେ ଜଳସ୍ତର ମଧ୍ୟ ଜଳସ୍ତର ଅଧିକ ରହିଛି । ନଦୀର ଜଳସ୍ତର ବିପଦ ସଂକେତ ୮.୧୩ ମିଟରରେ ପ୍ରବାହିତ ହେଉଛି । ସତର୍କ ସଙ୍କେତ ୭.୨୧ମିଟର ରହିଛି । ଗତକାଲି ସନ୍ଧ୍ୟା ୭ଟା ରୁ ରାତ୍ରୀ ୧୧ ପର୍ଯ୍ୟନ୍ତ ୭.୩୪ ମିଟର ଜଳ ପ୍ରବାହିତ ହେଉଥିଲା । ବର୍ତ୍ତମାନ ଜଳସ୍ତର ସ୍ଥିର ରହିଛି । ବାଲେଶ୍ଵର ସହର ଠାରୁ ବାଇଞ୍ଚା ରାସ୍ତା ବିଚ୍ଛିନ୍ନ ରହିଥିବା ବେଳେ ସଦର ବ୍ଲକର ୪ଟି ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ରହିଛି । ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଅନ୍ୟପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍ ଖୋଲିଛି । ଏବେ ମୋଟ୍ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାରହିଛି । ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରୁ ହୀରାକୁଦକୁ ପ୍ରତି  ସେକେଣ୍ଡରେ ୨ ଲକ୍ଷ ୯୩ ହଜାର  ୫୧୨କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦ ସ୍ପିଲ୍‌-ୱେର ୧୧ଟି  ଗେଟ୍‌, ବୁର୍ଲା ସ୍ପିଲ୍‌-ୱେର ୫ ଗେଟ୍‌  ସହ ପାୱାର ଚାନେଲ ମାଧ୍ୟମରେ ପ୍ରତି  ସେକେଣ୍ଡରେ ସମାନ ପରିମାଣରେ ଜଳ ନିଷ୍କାସିତ ହେଉଛି । ଉଭୟ  ପାଶ୍ୱର୍ର ୨୦ଟି ସ୍ଲୁଇସ୍‌ଗେଟ୍‌, ବୁର୍ଲା ପାୱାର ଚାନେଲ, ବିଭିନ୍ନ ଶିଳ୍ପାନୁଷ୍ଠାନ ବ୍ୟବହାର ପାଇଁ ୨୧୪ କ୍ୟୁସେକ୍‌ ଓ ଜଳଭଣ୍ଡାର ସଂଲଗ୍ନ ୪ଟି  କେନାଲକୁ ମିଶାଇ ପ୍ରତି ସେକେଣ୍ଡରେ ମୋଟ୍‌ ୨ ଲକ୍ଷ ୨୭ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି ।

Leave a Reply

Your email address will not be published. Required fields are marked *