କାହିଁକି ତଳେ ବସି କରନ୍ତି ଭୋଜନ, କଣ ଏହାର ଫାଇଦା…

ଭୂବନେଶ୍ଵର: ପୁରୁଣା ପରମ୍ପରାକୁ ଯଦିଓ ଆଜିକାଲିର ଲୋକ ଆଉ ମାନୁ ନାହାନ୍ତି, କିନ୍ତୁ ଏହାର ନିଜସ୍ୱ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଏହି ସବୁ ପରମ୍ପରା ବ୍ୟକ୍ତିକୁ ସୁସ୍ଥ ଏବଂ ସୁଖୀ ରଖିବା ପାଇଁ ବନାଯାଇଥିଲା। ଆଗକାଳରେ ଲୋକେ ତଳେ ବସି ଭୋଜନ ଗ୍ରହଣ କରୁଥିଲେ, କିନ୍ତୁ ଆଜିକାଲି ଆଧୁନିକ ଜୀବନଶୈଳୀରେ ଲୋକେ ଟେବୁଲ, ଚୌକିରେ ବସି ଖାଦ୍ୟ ଖାଉଛନ୍ତି। ହେଲେ ଆପଣ ଜାଣିଛନ୍ତି କି, ଆମ ହିନ୍ଦୁ ଶାସ୍ତ୍ରରେ ତଳେ…

ଭୂବନେଶ୍ଵର: ପୁରୁଣା ପରମ୍ପରାକୁ ଯଦିଓ ଆଜିକାଲିର ଲୋକ ଆଉ ମାନୁ ନାହାନ୍ତି, କିନ୍ତୁ ଏହାର ନିଜସ୍ୱ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଏହି ସବୁ ପରମ୍ପରା ବ୍ୟକ୍ତିକୁ ସୁସ୍ଥ ଏବଂ ସୁଖୀ ରଖିବା ପାଇଁ ବନାଯାଇଥିଲା। ଆଗକାଳରେ ଲୋକେ ତଳେ ବସି ଭୋଜନ ଗ୍ରହଣ କରୁଥିଲେ, କିନ୍ତୁ ଆଜିକାଲି ଆଧୁନିକ ଜୀବନଶୈଳୀରେ ଲୋକେ ଟେବୁଲ, ଚୌକିରେ ବସି ଖାଦ୍ୟ ଖାଉଛନ୍ତି। ହେଲେ ଆପଣ ଜାଣିଛନ୍ତି କି, ଆମ ହିନ୍ଦୁ ଶାସ୍ତ୍ରରେ ତଳେ ବସି ଖାଇବାର ଅନେକ ଫାଇଦା ବିଷୟରେ କୁହାଯାଇଛି। ଆଜି ଆମେ ଆପଣଙ୍କୁ କହିବୁ କାହିଁକି ତଳେ ବସି ଖାଦ୍ୟ ଖାଇବା ଉଚିତ।

  1. ଯେଉଁ ବ୍ୟକ୍ତି ତଳେ ବସି ଭୋଜନ କରିଥାଏ, ସେ ସୁଖାସନ ବା ଚକା ପକାଇ ବସିଥାଏ। ଏହି ମୁଦ୍ରାରେ ବସି ଭୋଜନ କରିବାରେ ପାଚନ କ୍ଷମତା ବଢ଼ିଥାଏ।
  2. ତଳେ ଚକା ପକାଇ ବସି ଖାଇଲେ ପିଠିର ତଳ ଭାଗ ତଥା ପେଟ ଆଖପାଖର ମାଂସପେଶୀ ଟାଣି ହୋଇ ରହିଥାଏ। କହିବାକୁ ଗଲେ ତଳେ ବସି ଖାଇଲେ ପେଟ ସମ୍ବନ୍ଧୀୟ ସବୁ ରୋଗ ଭଲ ହୋଇଯାଇଥାଏ।
  3. ତଳେ ବସି ଖାଇଲେ ଅଣ୍ଟା ଯନ୍ତ୍ରଣା ହୋଇ ନ ଥାଏ ଏବଂ ବ୍ୟକ୍ତି ସେତେ ନିରୋଗୀ ରହିଥାଏ।
  4. ବୈଜ୍ଞାନିକଙ୍କ କହିବା ହେଲା, ଯେଉଁ ଲୋକ ତଳେ ବସି ଭୋଜନ ଗ୍ରହଣ କରନ୍ତି, ସେମାନଙ୍କ ଆୟୁ ବୃଦ୍ଧି ହୋଇଥାଏ।

Leave a Reply

Your email address will not be published. Required fields are marked *